ETV Bharat / state

କୂଅକୁ ନେଇ ଦୁଇ ପରିବାର ମୁହାଁମୁହିଁ, ବାପପୁଅ ଗୁରୁତର - The father and son brutally beaten

କୁଅ ପାଣିକୁ କେନ୍ଦ୍ରକରି ବାପ ପୁଅଙ୍କୁ ନିସ୍ତୁକ ପିଟିଲେ ଅପରଗୋଷ୍ଠୀ । ଗୁରୁତର ଅବସ୍ଥାରେ ଉଭୟ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

କୂଅକୁ ନେଇ ଦୁଇ ପରିବାର ମୁହାଁମୁହିଁ, ବାପପୁଅଙ୍କୁ ନିସ୍ତୁକ ପିଟିରେ ଅପର ପରିବାର

author img

By

Published : Nov 22, 2020, 2:52 PM IST

Updated : Nov 22, 2020, 3:27 PM IST

ଢେଙ୍କାନାଳ: କୁଅ ପାଣିକୁ କେନ୍ଦ୍ର କରି ବାପ ପୁଅଙ୍କୁ ନିସ୍ତୁକ ମାଡ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗଞ୍ଜେଇ ଡିହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶନିବାର ଗଞ୍ଜେଇ ଡିହି ଗାଁର ଶ୍ୟାମ ସୁନ୍ଦର ଧଳ ଓ ସେହି ଗ୍ରାମର ଅକ୍ରୁର ଧଳଙ୍କ ପରିବାର ମଧ୍ୟରେ ଏକ କୂଅକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଥିରେ ଅକ୍ରୁରଙ୍କ ପରିବାର ଶ୍ୟାମ ଓ ତାଙ୍କ ପୁଅଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉଭୟ ପରିବାର ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଘଟଣାରେ ସଂପୃକ୍ତ ଦୁଇ ଆକ୍ରମଣକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

କୂଅକୁ ନେଇ ଦୁଇ ପରିବାର ମୁହାଁମୁହିଁ, ବାପପୁଅ ଗୁରୁତର

ସୂଚନା ଅନୁଯାୟୀ, ଶ୍ୟାମ ଓ ଅକ୍ରୁରଙ୍କ ପରିବାର ମଧ୍ୟରେ ଏକ କୂଅକୁ ନେଇ ବିବାଦ ଲାଗି ରହିଥିଲା । ତେବେ କୂଅ ଚାରିପଟେ ପାଚେରୀ ଦେବାକୁ ନେଇ ଉଭୟ ପରିବାର ମଧ୍ୟରେ ଶନିବାର ସନ୍ଧ୍ୟାରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶ୍ୟାମ ଓ ତାଙ୍କ ପୁଅ ସନ୍ତୋଷଙ୍କ ଉପରେ ଅନ୍ୟ ପରିବାର ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ପୋଖରୀକୁ ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ବାପପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 22, 2020, 3:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.