ETV Bharat / state

ହୋଟେଲ ରୁମରୁ ଗହଣା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର - merchants murder suspected

ହୋଟେଲ ରୁମରୁ ଗହଣା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ୧୮ ବର୍ଷର ଯୁବତୀକୁ ଅଟକ ରଖି ଢେଙ୍କାନାଳ ଟାଉନ ପୋଲିସର ଛାନଭିନ ଜାରି । ବ୍ୟବସାୟୀଙ୍କ ସୁନା ଗହଣା ଓ ଟଙ୍କା ଲୁଟ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହୋଟେଲ ରୁମରୁ ଗହଣା ବ୍ୟବସାୟୀଙ୍କ ମୃତଦେହ ଠାବ
ହୋଟେଲ ରୁମରୁ ଗହଣା ବ୍ୟବସାୟୀଙ୍କ ମୃତଦେହ ଠାବ
author img

By

Published : Sep 2, 2020, 8:14 PM IST

ଢେଙ୍କାନାଳ: ଜିଲ୍ଲାର ଶକୁନ୍ତଳା ନାମକ ଏକ ହୋଟେଲ ରୁମରୁ ଜଣେ ବଙ୍ଗୀୟ ଗହଣା ବ୍ୟବସାୟୀଙ୍କ ମୃତଦେହକୁ ଟାଉନ ପୋଲିସ ଉଦ୍ଧାର କରିଛି । ଏହି ଗହଣା ବ୍ୟବସାୟୀଙ୍କ ଠାରୁ ଗହଣା ଲୁଟ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ମୃତ ଗହଣା ବ୍ୟବସାୟୀଙ୍କ ସହ ଗତ ରାତିରୁ ହୋଟେଲ ରୁମରେ ରହିଥିବା ଜଣେ ୧୮ ବର୍ଷୀୟା ଯୁବତୀର ଭୂମିକା ସନ୍ଦେହ ଘେରକୁ ଆସିଛି ।

ହୋଟେଲ ରୁମରୁ ଗହଣା ବ୍ୟବସାୟୀଙ୍କ ମୃତଦେହ ଠାବ
ଗତ କିଛି ମାସ ପୂର୍ବେ ଜଣେ ଗହଣା ବ୍ୟବସାୟୀଙ୍କୁ ବିଭତ୍ସ ଭାବେ ହତ୍ୟା ପରେ ଢେଙ୍କାନାଳରେ ପୁଣି ଜଣେ ଗହଣା ବ୍ୟବସାୟୀଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଛି । ଢେଙ୍କାନାଳ ସହରର ଶକୁନ୍ତଳା ନାମକ ଏହି ହୋଟେଲର ଗହଣା ବ୍ୟବସାୟୀଙ୍କ ମୃତଦେହ ଜବତ କରିଛି ଟାଉନ ପୋଲିସ । ତୃତୀୟ ମହଲାର ରୁମ ନମ୍ବର ୨୦୨ରୁ ମୃତଦେହ ଠାବ କରିଛି ଟାଉନ ପୋଲିସ । ରୁମରୁ ମଦ ବୋତଲ ସାଙ୍ଗକୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ଠାବ କରାଯାଇଛି । ମୃତଦେହ ଶୋଇବା ବେଡ଼ରେ ପଡିଥିବା ବେଳେ ଗତ ରାତିରୁ ମୃତ ଗହଣା ବ୍ୟବସାୟୀଙ୍କ ସହ ରହିଥିବା ଏହି ଯୁବତୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ଗହଣା ବ୍ୟବସାୟୀ ଜଣଙ୍କ ଯୁବତୀର ଓଢଣୀ ବେକରେ ଲଗାଇ ଫ୍ୟାନରେ ଆତ୍ମହତ୍ୟା କରିଥିବା କହୁଥିଲେ ମଧ୍ୟ ଏହି ଯୁବତୀର ଭୂମିକା ସନ୍ଦେହ ଘେରକୁ ଆସିଛି ।ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.