ETV Bharat / state

ଘରୋଇ କମ୍ପାନୀକୁ ଠିକା ପରେ ଚିନ୍ତାରେ ସେସୁ ଅସ୍ଥାୟୀ କର୍ମଚାରୀ, 26ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

author img

By

Published : Jul 7, 2021, 9:02 PM IST

ଢେଙ୍କାନାଳରେ ବିଦ୍ୟୁତ ସରବରାହ କାର୍ଯ୍ୟକୁ ଠିକା ସଂସ୍ଥାକୁ ମିଳିଲା ଦାୟିତ୍ବ । ଛଟେଇ ଆଶଙ୍କାରେ ଠିକା କର୍ମଚାରୀ । ପ୍ରତିବାଦ ସହ ସ୍ଥାୟୀନିଯୁକ୍ତି ଦାବିରେ ଦାବିପତ୍ର । ଅଧିକ ପଢନ୍ତୁ...

ଘରୋଇ କମ୍ପାନୀକୁ ଠିକା ପରେ ଚିନ୍ତାରେ ସେସୁ ଅସ୍ଥାୟୀ କର୍ମଚାରୀ, 26ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ
ଘରୋଇ କମ୍ପାନୀକୁ ଠିକା ପରେ ଚିନ୍ତାରେ ସେସୁ ଅସ୍ଥାୟୀ କର୍ମଚାରୀ, 26ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ: ଜିଲ୍ଲାରେ ବିଦ୍ୟୁତ ସରବରାହ କାର୍ଯ୍ୟକୁ ସେସୁ ପକ୍ଷରୁ ପ୍ରଥମେ NJAN କମ୍ପାନୀ ଆଉ ଏବେ ଟାଟା କମ୍ପାନୀକୁ ଠିକା ଭାବେ ଦିଆଯାଇଛି । ମାତ୍ର ସେସୁ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିବା ୭ ହଜାର ୫ ଶହ କର୍ମଚାରୀଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଅସ୍ଥାୟୀ କର୍ମଚାରୀ ।

ଘରୋଇ କମ୍ପାନୀକୁ ଠିକା ପରେ ଚିନ୍ତାରେ ଅସ୍ଥାୟୀ କର୍ମଚାରୀ , 26 ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଏପରିକି ସେସୁ ପକ୍ଷରୁ ଠିକା ସଂସ୍ଥା ହାତରେ ବିଦ୍ୟୁତ ସରବରାହ କାର୍ଯ୍ୟ ଟେକି ଦେବା ପରେ ଏହି ଠିକା ସଂସ୍ଥାମାନେ କେତେକ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିଥିବାବେଳେ ଆଉ କିଛି କର୍ମଚାରୀଙ୍କୁ ଟାଟା ପାୱାର ପକ୍ଷରୁ ଛଟେଇ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଏହି ଅସ୍ଥାୟୀ କର୍ମଚାରୀମାନେ ଆଜି ଟାଟା ପାୱାର ସେଣ୍ଟ୍ରାଲ କର୍ପୋରେସନ ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ (TPCODL)ର ଢେଙ୍କାନାଳ ଜିଲ୍ଲା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିବା ସହ ଛଟେଇ କର୍ମଚାରୀମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ପାଇଁ ଦାବି କରିଥିଲେ । ଫଳରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ବୁଝାସୁଝା ପରେ ଉତ୍ତେଜନା ହ୍ରାସ ପାଇଥିଲା । ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ସୂଚନା ଦେଇଛନ୍ତି ଆନ୍ଦୋଳନକାରୀ କର୍ମଚାରୀ । ଏମିତିକି ତୁରନ୍ତ ଏହି ସମସ୍ୟାର ସମାଧାନ କରା ନ ଗଲେ ଅଗାମୀ ୨୬ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି ଆନ୍ଦୋଳନକାରୀ କର୍ମଚାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.