ETV Bharat / state

ଯୁକ୍ତ ୨ ବିଜ୍ଞାନରେ ଓଡିଶାରେ ପ୍ରଥମ ସୁଦିପ ସୁଦର୍ଶନ, ଦଶମରେ ବି ହୋଇଥିଲେ ଟପ୍ପର

ଆଜି ବାହାରିଛି +2ବିଜ୍ଞାନ ରେଜଲ୍ଟ । ସାରା ରାଜ୍ୟରେ ଯୁକ୍ତ ୨ ବିଜ୍ଞାନରେ ଓଡିଶା ଟପ୍ପର ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ସୁଦିପ ସୁଦର୍ଶନ ରଣା । ସେ ୯୫.୬୬% ନମ୍ବର ରଖି ରାଜ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢନ୍ତୁ...

ଯୁକ୍ତ ୨ ବିଜ୍ଞାନରେ ଓଡିଶାରେ ପ୍ରଥମ ସୁଦିପ ସୁଦର୍ଶନ, ଦଶମରେ ବି ହୋଇଥିଲେ ଟପ୍ପର
ଯୁକ୍ତ ୨ ବିଜ୍ଞାନରେ ଓଡିଶାରେ ପ୍ରଥମ ସୁଦିପ ସୁଦର୍ଶନ, ଦଶମରେ ବି ହୋଇଥିଲେ ଟପ୍ପର
author img

By

Published : Aug 12, 2020, 6:22 PM IST

Updated : Aug 12, 2020, 7:02 PM IST

ଢେଙ୍କାନାଳ: ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନ ତଥା ଢେଙ୍କାନାଳ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ସୁଦିପ ସୁଦର୍ଶନ ରଣା । ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସାରା ଓଡ଼ିଶାରେ ସର୍ବାଧିକ ନମ୍ବର ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ସୁଦୀପ । ସେ ୬00 ମାର୍କରୁ ୫୭୪ ନମ୍ବର ଅର୍ଥାତ ଶତକଡା ୯୫.୬୬ ନମ୍ବର ରଖି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

ଯୁକ୍ତ ୨ ବିଜ୍ଞାନରେ ଓଡିଶାରେ ପ୍ରଥମ ସୁଦିପ ସୁଦର୍ଶନ, ଦଶମରେ ବି ହୋଇଥିଲେ ଟପ୍ପର

ଭୁବନେଶ୍ବରର ଜୁପିଟର କଲେଜରେ ଯୁକ୍ତ ୨ ବିଜ୍ଞାନରେ ପାଠ ପଢି ୫୭୪ ନମ୍ବର ରଖି ଓଡିଶା ଟପର ହୋଇ ଭୁବନ ତଥା ଢେଙ୍କାନଲ ଜିଲ୍ଲା ପାଇଁ ପୁଣି ଥରେ ଗର୍ବ ଆଉ ଗୌରବ ଆଣିଛନ୍ତି । ମାତା ଭକ୍ତିଳତା ଜଣେ ଗୃହିଣୀ । ପିତା ରଞ୍ଜନ କୁମାର ରଣା ଭୁବନ ବାଳକ ହାଇସ୍କୁଲର ବିଜ୍ଞାନ ଶିକ୍ଷକ । ଯାଜପୁର ଜିଲ୍ଲା ମହାନ୍ତିପାଟଣା ଅହିୟାସ ଗ୍ରାମର ବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ହେବ ଢେଙ୍କାନାଳ ଜିଲ୍ଲା ଭୁବନ ବାଳକ ଉଚ୍ଚ ବିଦ୍ୟାଳୟର ଶିକ୍ଷକତା କରୁଛନ୍ତି । ସୁଦିପ ସୁଦର୍ଶନ ରଣାଙ୍କର ଭୁବନରେ ଜନ୍ମ ହୋଇଥିଲା । ସୁଦିପ ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ ।

ତୁଳସୀ ଦୁଇ ପତ୍ରରୁ ବାସେ ଯଥାର୍ଥର ପ୍ରମାଣିତ କରି ୨୦୧୮ ମସିହା ଦଶମ ପରିକ୍ଷାରେ ୫୮୨ ନମ୍ବର ରଖି ଓଡିଶା ଟପ୍ପର ହୋଇ ଭୁବନ ପାଇଁ ଆଣିଥିଲେ ଗର୍ବ ଆଉ ଗୌରବ । ଦଶମ ଉତିନ୍ନ ହେଲା ପରେ ଭୁବନେଶ୍ବରସ୍ଥିତ ଜୁପିଟର ମହାବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନରେ ନାମ ଲେଖାଇ ପାଠ ପଢାରେ ମନ ଦେଇଥିଲେ ଏବଂ ପ୍ରତିଦିନ ସେ ୫ ରୁ ୬ ଘଣ୍ଟା ପରିଶ୍ରମ କରୁଥିଲେ । ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କର ଅଗାଢ ଭଲ ପାଇବା ଥିଲା ସୁଦିପଙ୍କ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଏହି ସଫଳତା ଆଣିଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 12, 2020, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.