ETV Bharat / state

ସ୍କୁଲରେ ନାହାଁନ୍ତି ଶିକ୍ଷକ, ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ - ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ

ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

parents and students protest in front of school for teachers problem in dhenkanal
ବିଦ୍ୟାଳୟରେ ନାହାଁନ୍ତି ଶିକ୍ଷକ, ସ୍କୁଲରେ ତାଲା ପକେଇଲେ ଅଭିଭାବକ
author img

By

Published : Jul 22, 2022, 4:05 PM IST

ଢେଙ୍କାନାଳ: ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ପାଠ ପଢ଼ାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ବ୍ୟବସ୍ଥା ରହିଥିବାବେଳେ ଏଠି ୧୯୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି ।

ସ୍କୁଲରେ ତାଲା ପକେଇଲେ ଅଭିଭାବକ

ଏଠାରେ ମୋଟ୍‌ ୭ ଜଣ ଶିକ୍ଷକ ରହିଛନ୍ତି । ସେଥିମଧ୍ୟରୁ ସଂସ୍କୃତ ଶିକ୍ଷକଙ୍କ ୩ ଦିନିଆ ଡେପୁଟେସନ ଅନ୍ୟ ବିଦ୍ୟାଳୟକୁ ହୋଇଛି । କେବଳ ଜଣେ ଶିକ୍ଷକ ପ୍ରଥମରୁ ଅଷ୍ଟମ ପଢ଼ାଉଛନ୍ତି । ତେଣୁ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି । ୧୯୪ ଜଣ ଛାତ୍ର ଛାତ୍ରୀ ପାଇଁ ଆବଶ୍ୟକ ଶିକ୍ଷକ ନାହାଁନ୍ତି । ଯାହାକୁ ନେଇ ଅବିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି ।

ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ପଦବୀ ପୂରଣ ନହେବ ଛାତ୍ର ଛାତ୍ରୀ ଓ ଅବିଭାବକ ସମସ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.