ଢେଙ୍କାନାଳ: ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ବିଦ୍ୟାଳୟରେ ଛାତ୍ରଙ୍କୁ ଇଟା ବୁହା କାର୍ଯ୍ୟରେ ଲଗାଇଛନ୍ତି ଶିକ୍ଷକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ଦେଖାଯାଇଛି ଏଭଳି ଘଟଣା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: ଚିଲିକାର ଶୀତୁଆ ସକାଳ ସାଙ୍ଗକୁ ମନମୋହୁଛି ମାଛପୋଡ଼ା
ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଅଟେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ଇଟା ବୋହୁଥିବା ଚିତ୍ର ସାମ୍ନାକୁ ଆସିଛି । ବିପଦ ସଙ୍କୁଳଭାବେ ନିଶୁଣିରେ ରହି ବିଦ୍ୟାଳୟ ଛାତ ଉପରକୁ ଇଟା ବୋହିନେଉଛନ୍ତି ଛାତ୍ର । ଘଟଣାଟି କେଉଁ ଦିନର ତାହା ଜଣାପଡିନଥିବାବେଳେ, ୧ ମିନିଟ ୧୯ ସେକେଣ୍ଡର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: କମ୍ପିବ ଗୁଜୁରାଟ: ହେଲିକପ୍ଟର ଓ ଚାଟାର୍ଡ ବିମାନରେ ଚାଲିବ ପ୍ରଚାର
ସୂଚନା ମୁତାବକ ବିଦ୍ୟାଳୟର ଉନ୍ନତି କାର୍ଯ୍ୟ ଚାଲିଥିବାବେଳେ ଛାତ୍ରଛାତ୍ରୀମାନେ ଇଟା ବୋହୁଥିଲେ । ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟଲୋକେ । ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଶ୍ରମିକ ଭଳି କାର୍ଯ୍ୟ କରିବା ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସ୍କୁଲ ଶିକ୍ଷୟିତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଢେଙ୍କାନାଳ