ETV Bharat / state

ଗାଁରେ ନାହିଁ ମୋବାଇଲ ନେଟୱାର୍କ, ଶିକ୍ଷାରୁ ବଞ୍ଚିତ ଶିକ୍ଷାର୍ଥୀ

author img

By

Published : Jul 25, 2021, 10:29 PM IST

ଅନଲାଇନ ଶିକ୍ଷାରେ ବାଧକ ସାଜିଛି ନେଟୱାର୍କ । ନେଟୱାର୍କ ପାଇଁ ଗ୍ରାମଠୁ ଏକ କିଲୋମିଟର ଦୂରରେ ସ୍ଥିତ ବରଗଛ ମୂଳରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ବାଉଁଶକଣ ଗ୍ରାମରୁ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ...

ଗାଁରେ ନାହିଁ ମୋବାଇଲ ନେଟୱାର୍କ, ଶିକ୍ଷାରୁ ବଞ୍ଚିତ ଶିକ୍ଷାର୍ଥୀ
ଗାଁରେ ନାହିଁ ମୋବାଇଲ ନେଟୱାର୍କ, ଶିକ୍ଷାରୁ ବଞ୍ଚିତ ଶିକ୍ଷାର୍ଥୀ

ଢେଙ୍କାନାଳ: କୋରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ଏପରିସ୍ଥଳେ ଶିକ୍ଷାଦାନର ଏକମାତ୍ର ବିକଳ୍ପ ପନ୍ଥା ସାଜିଛି ଅନଲାଇନ ଶିକ୍ଷାଦାନ । ଉଭୟ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ୟୁଟ୍ୟୁବ ଜରିଆରେ ପାଠ ପଢାଉଛନ୍ତି । ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍ ପାଠପଢା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାତ୍ର ଅପହଞ୍ଚ ଇଲାକାରେ ଛାତ୍ରଛାତ୍ରୀଙ୍କ ପାଇଁ ଅପହଞ୍ଚ ହୋଇଛି ଏହି ଅନଲାଇନ ଶିକ୍ଷା । କିଏ ନେଟୱାର୍କ ପାଇଁ ପାହାଡ ଚଢୁଛି ତ ଆଉ କିଏ ଘରଠାରୁ ବହୁ ଦୂର ଜଙ୍ଗଲ ପାର କରୁଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ ।

ବାଉଁଶକଣା ଗ୍ରାମରେ ଏୟାଟେଲ ଓ ଜିଓ ନେଟଓ୍ବର୍କ କାମ କରୁଥିବାବେଳେ ଗତ କିଛିଦିନ ହେବ ତାହା ଠିକ୍ ଭାବେ ଆସୁନାହିଁ । ଫଳରେ ଗ୍ରାମର ପିଲାମାନେ ଗାଁଠୁ 1 କିଲୋମିଟର ଦୂର ଏକ ବରଗଛ ମୂଳକୁ ଯାଉଛନ୍ତି ପାଠ ପଢିବା ପାଇଁ । ଏହି ବାଟରେ ଅନେକ ହିଂସ୍ରଜନ୍ତୁ ଭୟ ରହିଥିଲେ ମଧ୍ୟ ନାଚାର ଶିକ୍ଷାର୍ଥୀ । ଏଣୁ ସରକାର ଏହିସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.