ETV Bharat / state

ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ ଫେଲ ପରେ ଛାତ୍ରଙ୍କ ଆତ୍ମହତ୍ୟା - ଯୁକ୍ତ 2 ବିଜ୍ଞାନ ପରୀକ୍ଷା

ଚଳିତ ବର୍ଷ ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଫେଲ ହେବାରୁ ବେକରେ ଦଉଡି ଲଗାଇ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଗୋଡିପାଟଣା ସାହି ଓ୍ବାର୍ଡ ନଂ 3ରେ । ଅଧିକ ଖବର ପଢନ୍ତୁ...

ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ ଫେଲ୍ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

author img

By

Published : Aug 13, 2020, 7:27 PM IST

ଢେଙ୍କାନାଳ: ଚଳିତ ବର୍ଷ ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଫେଲ ହେବାରୁ ବେକରେ ଦଉଡି ଲଗାଇ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଗୋଡିପାଟଣା ସାହି ଓ୍ବାର୍ଡ ନଂ 3ରେ । ନିବାସୀ ଶ୍ରୀଧର ଦାସଙ୍କ ପୁଅ ହେଲେ ବୁଲୁ ଦାସ । ଯୁକ୍ତ 2 ବିଜ୍ଞାନରେ ବୁଲୁ ଫେଲ୍ ହେବାରୁ ଶେଷରେ ନିରାଶ ହୋଇ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ ଫେଲ୍ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

ସେ 2018 ମସିହାରେ ଦଶମ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିଲେ। ସ୍ଥାନୀୟ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନରେ ନାମ ଲେଖାଇ ପାଠ ପଢୁଥିଲେ । ଚଳିତ ବର୍ଷ ଯୁକ୍ତ 2 ବିଜ୍ଞାନର ରେଜଲ୍ଟ ବୁଧବାର ପ୍ରକାଶ ପାଇଥିଲା ।

ମୃତକ ବୁଲୁ ଦାସ ରେଜଲ୍ଟ ଶୁଣିବା ପରେ ଘରେ ପହଞ୍ଚି ପ୍ରଥମ ସ୍ଥାନରେ ପାଶ କରିଛନ୍ତି ବୋଲି ମିଛ କଥା କହିଥିଲେ । ସାଙ୍ଗ ପାଖକୁ ଯାଉଛି କହି ଆଉ ଫେରିନଥିଲେ। ପରେ ଘର ଲୋକେ ବୁଲୁ ଫେଲ ହୋଇଥିବାର ଖବର ପାଇ ପୁଅକୁ ଖୋଜିଥିଲେ । ସବୁଆଡେ ଖୋଜାଖୋଜି କରି ନପାଇବାରୁ ଆଜି ଭୁବନ ଥାନାରେ ଅଭିଯୋଗ କରିଥିଲେ। ନିକଟରେ ଥିବା ଭାରତୀ ପାହାଡ ତଳେ ଏକ ଗଛରେ ବୁଲୁର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲି ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.