ETV Bharat / state

ଢେଙ୍କାନାଳରେ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

author img

By

Published : Dec 9, 2022, 10:49 PM IST

ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟିତ ହେଲା ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା । ତିନିଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୨୭୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ । ଅଧିକ ପଢନ୍ତୁ

ଢେଙ୍କାନାଳରେ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ
ଢେଙ୍କାନାଳରେ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

ଢେଙ୍କାନାଳ: ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା । ରାଜ୍ୟ ତୀରନ୍ଦାଜ ସଙ୍ଘ ଆନୁକୂଲ୍ୟରେ ଏହି ପ୍ରିତଯୋଗିତା ଆୟୋଜନ କରାଯାଇଛି । ଏସିଆନ ରୋଇଂ ଆସୋସିଏସନର ଉପଦେଷ୍ଟା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ସିଂହଦେଓ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ସଙ୍ଘର ସଭାପତି ତଥା ପୂର୍ବତନ ଶାସନ ସଚିବ ଗୋକୁଳାନନ୍ଦ ପତି ସଭାପତିତ୍ୱ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠି, ଜିଲ୍ଲା ସଙ୍ଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ, ରାଜ୍ୟ ସମ୍ପାଦକ ସମ୍ପୂର୍ଣ୍ଣ ନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୧ ତାରିଖରେ ଉଦଯାପନ ହେବ । ଏହି ପ୍ରତିଯୋଗିତାରେ ରାଜ୍ୟର ୧୪ଜିଲ୍ଲା ସମେତ କିଟ ବିଶ୍ୱବିଦ୍ୟାଳୟ, ହିନ୍ଦୁସ୍ତାନ ଏରନେଟିକ ଓ ସାଇ ଆଦିର ୨୭୫ ଜଣ ପ୍ରତିଯୋଗୀ ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଆଂଶ ଗ୍ରହଣ କରିଛନ୍ତି ବୋଲି ପ୍ରତିଯୋଗିତାର ସଂଯୋଜକ ସୂଚନା ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.