ETV Bharat / state

ଢେଙ୍କାନାଳ ଗସ୍ତରେ ରାଜ୍ୟ ଉନ୍ନୟନ କମିଶନର - ଭୁବନ ସ୍କୁଲ ପରିଦର୍ଶନରେ ଉନ୍ନୟନ କମିଶନର

ଢେଙ୍କାନାଳ ଜିଲ୍ଲା ଭୁବନ ଗସ୍ତରେ ରାଜ୍ୟ ଉନ୍ନୟନ କମିଶନର । ଏହି ଅବସରରେ ସେ ଭୁବନର ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିବା ସହ ବ୍ଲକର ଉନ୍ନତି ପାଇଁ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ....

ଢେଙ୍କାନାଳ ଗସ୍ତରେ ରାଜ୍ୟ ଉନ୍ନୟନ କମିଶନର: ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା

author img

By

Published : Feb 5, 2021, 8:25 PM IST

ଢେଙ୍କାନାଳ: ରାଜ୍ୟ ଉନ୍ନୟନ କମିଶନର ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରସ୍ତ କରି ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଛନ୍ତି । ଏହି ଅବସରରେ ସେ ସରକାରୀ ଭୁବନ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରେ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପଳାଶପିଠିଆ ଗୋଡା ପରିଦର୍ଶନ କରିଛନ୍ତି ।

ଢେଙ୍କାନାଳ ଗସ୍ତରେ ରାଜ୍ୟ ଉନ୍ନୟନ କମିଶନର: ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା
ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା ଭୁବନ ଗସ୍ତ କରି ତିନୋଟି ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ମୋ ସ୍କୁଲ ଅଭିଯାନ ବିଶେଷ ଆଲୋଚନା କରିଥିଲେ । ଆଗାମୀ ଦିନରେ ବିଦ୍ୟାଳୟଗୁଡିକର ପାରିପାର୍ଶ୍ବିକ ଉନ୍ନତି ସହ ଛାତ୍ରଛାତ୍ରୀଙ୍କର ଶିକ୍ଷାଦାନ କିପରି ଭାବରେ ସରସ ସୁନ୍ଦର ହୋଇପାରିବ ସେନେଇ ଗୁରୁତ୍ବ ଦେଇଥିଲେ । ଏହି ତିନୋଟି ବିଦ୍ୟାଳୟର ଭିଜନ କିପରି ତିଆରି କରାଯିବ ସେଥିପାଇଁ ମଧ୍ୟ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଗୋଟିଏ ମାସ ମଧ୍ୟରେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ନିଜ ନିଜ ବିଦ୍ୟାଳୟର ଭିଜନ ପ୍ରସ୍ତୁତ କରି ତାଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଦେଢ଼ ମାସ ପରେ ପୁନର୍ବାର ବିଦ୍ୟାଳୟଗୁଡିକୁ ଆସି ପ୍ରସ୍ତୁତ ଭିଜନ ଅନୁସାରେ ଆଲୋଚନା କରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଭୁବନ ବ୍ଲକର ବିକାଶ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଦୀପ । ଏହି ଅବସରରେ ତାଙ୍କ ସହ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ସ୍ଥାନୀୟ ତହଶିଲଦାର, ବିଡିଓ ତଥା ଅନ୍ୟାନ୍ୟ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.