ETV Bharat / state

ଭିନ୍ନକ୍ଷମ ବସ୍ତିରେ ସ୍ବତନ୍ତ୍ର କ୍ୟାମ୍ପ, ପ୍ରଥମ ଦିନରେ ଟିକା ନେଲେ 110 ଜଣ

author img

By

Published : Aug 12, 2021, 5:37 PM IST

Updated : Aug 12, 2021, 6:15 PM IST

ଢେଙ୍କାନାଳ ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ କ୍ୟାମ୍ପ । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ବସ୍ତିରେ ସ୍ବତନ୍ତ୍ର ଟୀକାକରଣ କ୍ୟାମ୍ପ, ପ୍ରଥମ ଦିନରେ ଟିକା ନେଲେ 110 ଜଣ

ଢେଙ୍କାନାଳ: ମହାମାରୀ କୋଭିଡରୁ ସୁରକ୍ଷା ପାଇଁ ଟୀକାକରଣ ପ୍ରକ୍ରିୟା ଚାଲୁ ରହିଛି । ଏ ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନକ୍ଷମ ଓ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଆଜିଠାରୁ ସ୍ବତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏପରିକି ସହର ରେଳଷ୍ଟେସନ ତଳି ଅଞ୍ଚଳରେ ରହୁଥିବା କୁଷ୍ଠ ପୀଡିତ ଓ ଭିନ୍ନକ୍ଷମ ବସ୍ତିରେ ଯାଇ ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର ଆୟୋଜନ ମାଧ୍ୟମରେ କୋଭିଡ଼ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଭିନ୍ନକ୍ଷମ ବସ୍ତିରେ ସ୍ବତନ୍ତ୍ର କ୍ୟାମ୍ପ, ପ୍ରଥମ ଦିନରେ ଟିକା ନେଲେ 110 ଜଣ

ଏହି ଭିନ୍ନକ୍ଷମ ବସ୍ତି, ସଞ୍ଜୟ କଲୋନୀରେ ଭିକ୍ଷାକରି ଜୀଵନ ଧାରଣ କରୁଥିବା ପ୍ରାୟ 2ଶହରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଓ କୁଷ୍ଠ ଆକ୍ରାନ୍ତ ଲୋକ ବସବାସ କରନ୍ତି । ଏହା ସହ ପାଖ ବସ୍ତିରେ ପ୍ରାୟ ଶହେ ଲୋକ ରହି ଭିକ୍ଷାବୃତ୍ତିରେ ଚଳନ୍ତି । ତେବେ ଏମାନଙ୍କ ଯିବା ଆସିବା ପାଇଁ ରାସ୍ତା ନ ଥିବାବେଳେ ଟ୍ରେନ ଲାଇନ ପାର ହୋଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରନ୍ତି ଏମାନେ । ଆଜି ପର୍ଯ୍ୟନ୍ତ ଏମାନଙ୍କ ପକ୍ଷରେ ଟୀକାକରଣ କେନ୍ଦ୍ରକୁ ଯାଇ ଟିକା ନେବା ସମ୍ଭବପର ହୋଇପାରିନାହିଁ । ଏପରି ଲୋକ ଓ ବସ୍ତିବାସୀଙ୍କ ପାଇଁ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ ।ଏହି ବସ୍ତି ଗୁଡିକୁ ଯାଇ ସ୍ବତନ୍ତ୍ର ଟୀକାକରଣ କ୍ୟାମ୍ପ ମାଧ୍ୟମରେ ଆଜି ଠାରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି ।

ଏହି ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ ପ୍ରଥମ ଡୋଜ ଟିକା ଦେବାପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟଷର ୧୯୪ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। । ଅପରପକ୍ଷରେ ତାଙ୍କ ପାଖକୁ ଆସି ଏପରି କୋଭିଡ ଟିକା ଦେଉଥିବାରୁ ସ୍ବାସ୍ଥ୍ୟ ବିଭାଗକୁ ସାଧୁବାଦ ଦେବା ସହ ବେଶ ଆଗ୍ରହର ସହ ଟିକା ନେଉଥିବା ପ୍ରକାଶ କରିଛନ୍ତି ବସ୍ତି ବାସିନ୍ଦା । ପ୍ରଥମ ଦିନରେ ମୋଟ ୧୧୦ ଜଣ ଟିକା ନେଇଥିବା ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 12, 2021, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.