ଢେଙ୍କାନାଳ: ଜିଲ୍ଲାରେ ବଢ଼ିଲା କୋରୋନା ଜନିତ କଟକଣା । ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ନେଇ ହେଲା ଘୋଷଣା । ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସାପ୍ତାହିକ ଦୁଇ ଦିନ ସମ୍ପୂର୍ଣ୍ଣ ଜିଲ୍ଲାକୁ କରାଯିବ ସଟଡାଉନ ।
କେବଳ ମେଡ଼ିସିନ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର କଟକଣା ପରିସର ଭୁକ୍ତ ରହିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ