ETV Bharat / state

ଢେଙ୍କାନାଳରେ ଓଲଟିଲା ସମଲେଇ ଯାତ୍ରୀବାହୀ ବସ୍‌: ୧୫ରୁ ଅଧିକ ଆହତ, ୪ ଗୁରୁତର

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବଣସିଂହ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା । ରାସ୍ତା ପାର୍ଶ୍ୱକୁ ଓଲଟିପଡ଼ିଲା ସମଲେଇ ନାମକ ବସ୍‌ । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିଶୁଙ୍କ ସମେତ ୪ଜଣ ଗୁରୁତରଙ୍କୁ କଟକ SCB ମେଡିକାଲକୁ ସ୍ତାନାନ୍ତର । ଅଧିକ ପଢନ୍ତୁ

ଢେଙ୍କାନାଳରେ ଯାତ୍ରୀବାହୀ ବସ ଦୁର୍ଘଟଣା, ୧୫ରୁ ଅଧିକ ଆହତ, ୪ ଗୁରୁତର

author img

By

Published : Mar 22, 2022, 9:22 PM IST

Updated : Mar 22, 2022, 10:02 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବଣସିଂହ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା । ରାସ୍ତା ପାର୍ଶ୍ୱକୁ ଓଲଟିପଡ଼ିଲା ସମଲେଇ ନାମକ ଯାତ୍ରୀବାହୀ ବସ । ଦୁର୍ଘଚଣାରେ ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିଶୁଙ୍କ ସମେତ ୪ଜଣ ଗୁରୁତରଙ୍କୁ କଟକ SCB ମେଡିକାଲକୁ ସ୍ତାନାନ୍ତର ।

ଢେଙ୍କାନାଳରେ ଓଲଟିଲା ସମଲେଇ ଯାତ୍ରୀବାହୀ ବସ୍‌: ୧୫ରୁ ଅଧିକ ଆହତ, ୪ ଗୁରୁତର

ତେବେ ବଣସିଂହ ଛକ ଠାରୁ କିଛି ଦୂରରେ ଥିବା ମା' ପାଟରାଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍‌ଟି ପ୍ରାୟ ୩୫ଜଣ ଯାତ୍ରୀଙ୍କୁ ନେଇ ବଣସିଂହରୁ ଢେଙ୍କାନାଳକୁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦ୍ରୁତ ବେଗରେ ଆସୁଥିବା ଏହି ସମଲେଇ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା ।

ଅନ୍ୟପଟେ ଖବର ପାଇ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି । ବସ୍‌ରେ ଥିବା ୩୫ ଯାତ୍ରୀଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସ୍‌ରେ ଅଧିକ ଯାତ୍ରୀ ଓ ଡ୍ରାଇଭରଙ୍କ ଦ୍ରୁତ ବେପରୁଆ ଗାଡିଚାଳନା ଯୋଗୁଁ ବସଟି ଓଲଟି ପଡିଥିବା ଆହତ ଯାତ୍ରୀମାନେ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 22, 2022, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.