ETV Bharat / state

ଢେଙ୍କାନାଳରେ ଆଦିବାସୀ ମେଳି

author img

By

Published : Jun 30, 2022, 9:44 PM IST

ଢେଙ୍କାନାଳରେ ଆଦିବାସୀ ମେଳି । ପାରମ୍ପରିକ ସାନ୍ତାଳୀ ଭାଷାକୁ ସ୍ୱୀକୃତି ସହ ୧୩ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ଅଧିକ ପଢନ୍ତୁ

ଢେଙ୍କାନାଳରେ ଆଦିବାସୀ ମେଳି
ଢେଙ୍କାନାଳରେ ଆଦିବାସୀ ମେଳି

ଢେଙ୍କାନାଳ: ପାରମ୍ପରିକ ସାନ୍ତାଳୀ ଭାଷାକୁ ସ୍ବିକୃତି ସହ ୧୩ ଦଫା ଦାବିରେ ଢେଙ୍କାନାଳରେ ହୋଇଛି ଆଦିବାସୀ ମେଳି । ଓଡ଼ିଶା ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ଏହି ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଅବସରରେ ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଢେଙ୍କାନାଳରେ ଆଦିବାସୀ ମେଳି

ଆଦିବାସୀ ସାନ୍ତାଳୀ ମାନେ ଢେଙ୍କାନାଳ ସହରର ସ୍ଥାନୀୟ ହନୁମାନ ବାଟିକା ଠାରୁ ପାରମ୍ପରିକ ବେଶଭୁଷାରେ ସୁ-ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ପାରମ୍ପାରିକ ନୃତ୍ୟଗୀତର ତାଳେତାଳେ ନାଚିବା ସହିତ ପୁରୁଷ ମାନେ ସୁସଜିତ ହୋଇ ଧନୁତୀର ଧରି ଏହି ଶୋଭାଯାତ୍ରାରେ ଆସିଥିଲେ ।

ସାନ୍ତାଳୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ, ଆଦିବାସୀ ମାନଙ୍କ ମୌଳିକ ଅଧିକାର, ଶିକ୍ଷା କ୍ଷେତ୍ରରେ ସାନ୍ତାଳୀ ଭାଷାକୁ ପ୍ରାଧାନ୍ୟ ଦେବା ସହିତ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ସାନ୍ତାଳୀ ପାଠ୍ୟକ୍ରମ, ସମସ୍ତ ଆଶ୍ରମ ସ୍କୁଲ ଗୁଡିକରେ ସପ୍ତାହକୁ ଗୋଟିଏ ଦିନ ସାନ୍ତାଳୀ ପାଠ ପଢ଼ାଯିବା, ସାନ୍ତାଳୀ ବସ୍ତି ମାନଙ୍କର ମୁଖିଆଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ଇତ୍ୟାଦି ଦାବି କରିଛନ୍ତି । ଏହାର ଲିଖିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.