ETV Bharat / state

ସାଇ ନର୍ସରୀ ମାଲିକ ମୃତ୍ୟୁ ଘଟଣା, ରାସ୍ତାରୋକ କଲେ ପରିବାର ଲୋକେ

author img

By

Published : Dec 16, 2022, 5:06 PM IST

ଢେଙ୍କାନାଳରେ ସାଇ ନର୍ସରୀ ମାଲିକଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣି ରାସ୍ତାରୋକ କଲେ ପିରବାର ଲୋକେ । ଅଧିକ ପଢନ୍ତୁ

sai-nursery-owner-death-case-villagers-blocked-road-in-dhenkanal
ସାଇ ନର୍ସରୀ ମାଲିକ ମୃତ୍ୟୁ ଘଟଣା
ସାଇ ନର୍ସରୀ ମାଲିକ ମୃତ୍ୟୁ ଘଟଣା, ରାସ୍ତାରୋକ କଲେ ପରିବାର ଲୋକେ

ଢେଙ୍କାନାଳ: ଜିଲ୍ଲାରେ ସାଇ ନର୍ସରୀ ମାଲିକଙ୍କ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣି ଢେଙ୍କାନାଳର ମୁଖ୍ୟ ରାସ୍ତା ନୀଳକଣ୍ଠପୁର ଛକରେ ରାସ୍ତାରୋକ କଲେ ପରିବାର ଲୋକେ । ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କଲେ ଭୁବନ NAC ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ(ଗୁରୁବାର) ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଛକ ନିକଟରୁ ସାଇ ନର୍ସରୀ ମାଲିକ ଅଲେଖ ସେନାପତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ଭୁବନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଆଜି ଅଲେଖଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣଇ ଭୁବନ ଢେଙ୍କାନାଳର ମୁଖ୍ୟ ରାସ୍ତା ନୀଳକଣ୍ଠପୁର ଛକରେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ଏବଂ ଭୁବନ NAC ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ପହଞ୍ଚି ବୁଝାମଣା କରିବା ପରେ ରାସ୍ତାରୋକ ହଟିଥିଲା । ତେବେ ଅଲେଖଙ୍କର ମୃତ୍ୟୁ କିପରି ହୋଇଛି ଏହାର ତଦନ୍ତ ଚଳାଇଛି ଭୁବନ ପୋଲିସ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.