ଢେଙ୍କାନାଳ: ମାଚ୍ୟୁରିଟି ଟଙ୍କା ଫେରସ୍ତ ନ କରିବାରୁ ଢେଙ୍କାନାଳ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ପଶି ଗ୍ରାହକଙ୍କ ଭଙ୍ଗାରୁଜା । ଫଳରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।
ସହରର ଶାସନ ଛକରେ ଥିବା ସାହାରା ଇଣ୍ଡିଆ ଶାଖା ପକ୍ଷରୁ ଗ୍ରାହକ ମାନେ ଜମା ରଖିଥିବା ଫିକ୍ସ ଡିପୋଜିଟ ମାଚ୍ୟୁରିଟି ପରେ ଟଙ୍କା ଫେରାଉ ନଥିବା ଅଭିଯୋଗ ହୋଇଥିଲା ।
ଶନିବାର ଢେଙ୍କାନାଳ ସହରର କିଛି ଗ୍ରାହକ ଏହି ଶାଖା କାର୍ଯ୍ୟାଳୟକୁ ଯାଇ ଟଙ୍କା ଫେରାଇବାକୁ ଦାବି କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ଏହି କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ