ETV Bharat / state

୩୬ବର୍ଷ ପରେ ଢେଙ୍କାନାଳକୁ ଫେରିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ

author img

By

Published : Dec 7, 2019, 7:21 PM IST

Updated : Dec 7, 2019, 7:59 PM IST

ଢେଙ୍କାନାଳରେ ଫୁଟବଲ ପ୍ରେମୀ ବେଶ୍‌ ଖୁସ। ଦୀର୍ଘ ୩୬ବର୍ଷ ପରେ ଜିଲ୍ଲା ମୁଖ୍ୟ ଷ୍ଟାଡିୟମରେ ଆନ୍ତଃଜିଲ୍ଲା ଫୁଟବଲ ସାହାଣୀ କପ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଓଡିଶା ଦଳ ପାଇଁ ସନ୍ତୋଷ ଟ୍ରଫିରେ ସୁଯୋଗ ମିଳେ।

sahani cup
sahani cup

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଷ୍ଟାଡିୟମରେ ଆନ୍ତଃଜିଲ୍ଲା ଫୁଟବଲ ସାହାଣୀ କପ ଆରମ୍ଭ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଗତ ୩ତାରିଖରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ । ଏଠାରେ 11ତାରିଖ ଯାଏଁ ମ୍ୟାଚ ଚାଲିବ ।

ସ୍ଥାନୀୟ ଦଳ ଢେଙ୍କାନାଳ ବ୍ୟତୀତ କଟକ, ବାଲେଶ୍ବର, ବାରିପଦା, କେନ୍ଦୁଝର,ଗଞ୍ଜାମ ଓ କେନ୍ଦ୍ରାପଡା ଆଦି ୭ଟି ଜିଲ୍ଲାର ଦଳ ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ଏଠାରୁ ଚମ୍ପିଆନ ଦଳ ବରଗଡ ଠାରେ ଫାଇନାଲ ଖେଳିବ ବୋଲି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରକାଶ କରିଛନ୍ତି। ଏହି ସାହାଣୀ କପରୁ ଭଲ ଭଲ ଫୁଟବଲ ଖେଳାଳି ଚୟନ କରାଯାଇ ଓଡିଶା ଦଳ ପାଇଁ ସନ୍ତୋଷ ଟ୍ରଫିର ସୁଯୋଗ ହାସଲ କରିବେ ବୋଲି ରାଜ୍ୟ ଅଣ୍ଡର ୧୯ ଫୁଟବଲ କୋଚ ପ୍ରକାଶ କରିଛନ୍ତି।

୩୬ବର୍ଷ ପରେ ଢେଙ୍କାନାଳକୁ ଫେରିଲା ସାହାଣୀ କପ

ଢେଙ୍କାନାଳରେ ଦୀର୍ଘ ୩୬ବର୍ଷ ପରେ ଏହି ସାହାଣୀ କପର ଆୟୋଜନ କରାଯାଇଥିବାରୁ ଫୁଟବଲ ପ୍ରେମୀଙ୍କ ବେଶ ଉତ୍ସାହିତ ଅଛନ୍ତି । ଫଳରେ ଖେଳ ଦେଖିବାକୁ ଷ୍ଟାଡିୟମରେ କ୍ରୀଡାପ୍ରେମୀଙ୍କ ଭିଡ ଜମୁଛି । ଏପଟେ ଖେଳିବା ପାଇଁ ଭଲ ବାତାବରଣ ସାଙ୍ଗକୁ ଭଲ ଆୟୋଜନକୁ ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଫୁଟବଲ ଖେଳାଳୀ ବେଶ ଖୁସି ବ୍ୟକ୍ତ କରିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆନ୍ତଃଜିଲ୍ଲା ଫୁଟବଲର ମହାକୁମ୍ଭ/ଢେଙ୍କାନାଳରେ ଚାଲିଛି ସାହାଣୀ କପ ଫୁଟବଲ/ ରାଜ୍ୟର ୭ଟି ଜିଲ୍ଲାର ଫୁଟବଲ ଟିମ ମଧ୍ୟରେ ଚାଲିଛି ଲଢାଇ /ଫୁଟବଲ ମାହୋଲରେ ମାତି ଉଠୁଛନ୍ତି ଫୁଟବଲ ପ୍ରେମୀ
ଆଙ୍କର-ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ଆନ୍ତଃଜିଲ୍ଲା ଫୁଟବଲ ସାହାଣି କପ ଆରମ୍ଭ ହୋଇଯାଇଛି। ଦିର୍ଘ ବର୍ଷ ପରେ ଏହି ଫୁଟବଲ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଉଥିବାରୁ ଫୁଟବଲ ପ୍ରେମୀ ମାନଙ୍କ ମହଲରେ ଖୁସି କହିଲେ ନ ସରେ।
Body:ଭିଓ-୧: ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ପଡିଆରେ ଚାଲିଛି ଆନ୍ତଃଜିଲ୍ଲା ଫୁଟବଲ ସାହାଣୀ କପ୍। ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଏହା ଆୟୋଜନ କରାଯାଇଛି। ଗତ ୩ତାରିଖରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏହାକୁ ଉଦଘାଟନ କରିଥିଲେ। ସ୍ଥାନୀୟ ଦଳ ଢେଙ୍କାନାଳ ସହ କଟକ,ବାଲେଶ୍ବର,ବାରିପଦା,କେନ୍ଦୁଝର,ଗଞ୍ଜାମ ଓ କେନ୍ଦ୍ରାପଡା ଆଦି ୭ଟି ଜିଲ୍ଲାର ଦଳ ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ଏଠାରୁ ଚମ୍ପିଆନ ଦଳ ବରଗଡ ଠାର ଫାଇନାଲ ଖେଳିବ ବୋଲି ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରକାଶ କରିଛନ୍ତି। ତେବେ ଏହି ସାହାଣୀ କପରୁ ଭଲ ଭଲ ଫୁଟବଲ ଖେଳାଳୀ ବଛା ଯାଇ ଓଡିଶା ଦଳ ପାଇଁ ସନ୍ତୋଷ ଟ୍ରଫିର ସୁଯୋଗ ହାସଲ କରିବେ ବୋଲି ରାଜ୍ୟ ଅଣ୍ଡର ୧୯ ଫୁଟବଲ କୋଚ ପ୍ରକାଶ କରିଛନ୍ତି।
ବାଇଟ- ନଳିନୀ ଦାସ,ସଂପାଦକ,ଜିଲ୍ଲା କ୍ରୀଡା ସଂଘ,ଢେଙ୍କାନାଳ
ବାଇଟ- ରାମକୃଷ୍ଣ ବେହେରା,କୋଚ୍,ଓଡିଶା ଅଣ୍ଡର ୧୯ ଫୁଟବଲ
ଭିଓ-୨: ଢେଙ୍କାନାଳରେ ଦିର୍ଘ ୩୬ବର୍ଷ ପରେ ଏହି ସାହାଣୀ କପର ଆୟୋଜନ କରାଯାଇଥିବାରୁ ଫୁଟବଲ ପ୍ରେମୀ ମାନଙ୍କ ମହଲରେ ବେଶ ଉତ୍ସାହିତ ହୋଇଛନ୍ତି ।ଫଳରେ ଖେଳ ଦେଖିବାକୁ ଷ୍ଟାଡିୟମରେ କ୍ରୀଡାପ୍ରେମୀ ମାନେ ଭିଡ ଜମାଉଛନ୍ତି । ଏପଟେ ଖେଳିବା ପାଇଁ ଭଲ ବାତାବରଣ ସାଙ୍ଗକୁ ଭଲ ଆୟୋଜନକୁ ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଫୁଟବଲ ଖେଳାଳୀ ମାନେ ବେଶ ଖୁସି ହୋଇ ଉତ୍ସାହିତ ହେଉଛନ୍ତି।
ବାଇଟ-ଲୁନାରାମ ଟୁଟୁ,କ୍ୟାପଟେନ,ବାଲେଶ୍ବର ଦଳ
Conclusion:ଫାଭିଓ: ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସାହାଣୀ କପ ଢେଙ୍କାନାଳରେ ଫୁଟବଲ ପ୍ରେମୀ ମାନଙ୍କ ମହଲରେ ଏକ ପ୍ରକାର ମାହୋଲ ସୃଷ୍ଟି କରିଛି। ଫଳରେ ପ୍ରତ୍ୟେକ ଦିନ ଅପରାହ୍ନରେ ଖେଳ ଆରମ୍ଭ ହୋଇଗଲେ ଷ୍ଟାଡିୟମ୍ କୋଳାହଳରେ ଫାଟି ପଡୁଛି। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।
Last Updated : Dec 7, 2019, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.