ଢେଙ୍କାନାଳ: ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଜଣାପଡିଛି । ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ଏହି ଏଟିଏମକୁ ଗତ ରାତ୍ରିରେ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି ।
ଖବର ପାଇ ମୋଟଙ୍ଗା ପୋଲିସ ଓ ଢେଙ୍କାନାଳ ଏସପି ଦାୟିତ୍ୱରେ ଥିବା ଅନୁଗୁଳ ଏସପି ଜଗମୋହନ ମିନା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଅନୁସନ୍ଧାନୀ କୁକୁର ଓ ଫରେନସିକ ଟିମ ମାଧ୍ୟମରେ ଛାନଭିନ ଚାଲିଛି ।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ