ଢେଙ୍କାନାଳ: କାମାକ୍ଷାନଗର ମୁଖ୍ୟରାସ୍ତାର ମହୁଲ ପାଳଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ରବିବାର ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହାକୁ ଉଦଘାଟନ କରିଛନ୍ତି।
ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ରାସ୍ତାର ଯାତ୍ରୀଙ୍କ ପାଇଁ ପିଇବା ପାଣିଠାରୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ରହିଛି । ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନେ ଏହାର ସୁବିଧା ନେବେ। ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ସମସ୍ତ ସୁବିଧା ଦେୟ ମୁକ୍ତ ବୋଲି ଜଣାପଡିଛି।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳର ସାଂସଦ ମହେଶ ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ଓ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ