ETV Bharat / state

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଦଳିଦେଲା ହାତୀ - ଢେଙ୍କାନାଳରେ ହାତୀ ଉପଦ୍ରବ

ଢେଙ୍କାନାଳ ଜିଲ୍ଲାର କାମାକ୍ଷନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ବଢି ଚାଲିଛି । ସୋମବାର ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Retired teacher killed in elephant attack
ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ମୃତ
author img

By

Published : Oct 26, 2020, 4:54 PM IST

ଢେଙ୍କାନାଳ: ଜିଲ୍ଲାର ପରଜଙ୍ଗ ବସୋଇ ନିକଟରେ ସୋମବାର ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବାର ସୂଚନା ମିଳିଛି ।

ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ମୃତ

ଜିଲ୍ଲାର କାମାକ୍ଷନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ହାତୀ ଆକ୍ରମଣରେ ଲୋକମାନେ ପ୍ରାଣ ହରାଉଥିବା ଘଟଣା ସାମନାକୁ ଆସୁଛି । ତେବେ ସୋମାବାର ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ବାରିହାପୁର ଗ୍ରାମର ଅବରପ୍ରାପ୍ତ ଶିକ୍ଷକ କାଳନ୍ଦୀ ସାହୁ ।

ମିଳିଥିବା ସୂଚନା ଅନୁସାରେ ମୃତକ କାଳନ୍ଦୀ ସାହୁ ନିଜ ଗ୍ରାମ ବାରିହାପୁରରୁ ବସୋଇକୁ କୈାଣସି କାମରେ ସାଇକେଲରେ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ରାସ୍ତାରେ ହାତୀ ସହ ମୁହାଁମୁହିଁ ହୋଇଯିବା ଫଳରେ ହାତୀଟି ତାଙ୍କୁ ଶୁଣ୍ଡରେ କଚାଡି ଦେଇଥିଲା । ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.