ETV Bharat / state

କାର୍ତ୍ତିକ ପୁର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା, ଜାରି ହେବ 144 ଧାରା - ଢେଙ୍କାନାଳରେ ଦାରି ହେବ 144 ଧାରା

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନେ ଭିଡ ନ କରିବାକୁ ଆଗୁଆ ପଦକ୍ଷେପ ନେଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ପଢନ୍ତୁ ଅଧିକ.....

କାର୍ତ୍ତିକ ପୁର୍ଣ୍ଣିମାରେ ଶ୍ରଧାଳୁଙ୍କୁ ମନ୍ଦିର ମନା, ଜାରି ହେବ 144 ଧାରା

author img

By

Published : Nov 24, 2020, 5:29 PM IST

ଢେଙ୍କାନାଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନେ ଭିଡ ନ କରିବାକୁ ଆଗୁଆ ପଦକ୍ଷେପ ନେଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯିବା ସହ ମନ୍ଦିର ଆଖପାଖରେ ୧୪୪ ଧାରା ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟାଳୟର କନଫରେନ୍ସ ହଲରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କୌଣସି ମନ୍ଦିରରେ ଦେବାଦେବୀ ଦର୍ଶନ, ଜନସମାଗମକୁ ଅନୁମତି ନଦେବା ସହ ମନ୍ଦିର ପାଖାପାଖି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ସେହିପରି ପଞ୍ଚୁକ ସମୟରେ କେହି ଗୋଟିଏ ସ୍ଥାନରେ ଏକତ୍ରିତ ହେବେ ନାହିଁ । ଏହା ବ୍ୟତିତ କୌଣସି ସ୍ଥାନରେ ଲୋକମାନେ ଏକାଠି ହୋଇ ଡଙ୍ଗା ଭସାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ ସର୍ତକତା ଅବଲମ୍ବନ କରିବା ସହ ପ୍ରଶାସନର ଗାଇଡଲାଇନ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧୀକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.