ETV Bharat / state

ଜୋରନ୍ଦା ମେଳାରେ ନୂଆ କଟକଣା, ରାଜ୍ୟ ବାହାର ସାଧୁସନ୍ଥଙ୍କୁ ମହିମାଗାଦୀ ମନା - joranda mela new guidelines

ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ମହିମା ଗାଦୀରେ ଆସନ୍ତା ୨୫ ରେ ହେବାକୁ ଥିବା ପ୍ରସିଦ୍ଧ ଜୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି ।

ଜୋରନ୍ଦା ମେଳା ନେଇ ନୂଆ କଟକଣା
ଜୋରନ୍ଦା ମେଳା ନେଇ ନୂଆ କଟକଣା
author img

By

Published : Feb 21, 2021, 5:43 PM IST

Updated : Feb 21, 2021, 5:50 PM IST

ଢେଙ୍କାନାଳ: ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ଜୋରନ୍ଦା ମେଳା ଉପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜାରି କଲା ନୂଆ କଟକଣା । କୋରୋନା ସଂକ୍ରମଣ ସ୍ଥିତିକୁ ନେଇ ପୂର୍ବ ପ୍ରସ୍ତୁତିରେ ପରିବର୍ତ୍ତନ କରାଯାଇଛି । ଜିଲ୍ଲା ତଥା ରାଜ୍ୟ ବାହାର ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ମହିମାଗାଦୀ ମନା ।

ଜୋରନ୍ଦା ମେଳା ନେଇ ନୂଆ କଟକଣା

ଏହାସହ କୋଭିଡ ନେଗେଟିଭ ରିପୋର୍ଟ ଥିବା ଜିଲ୍ଲାର କେବଳ ସାଧୁଙ୍କୁ ଆସିବାକୁ ଅନୁମତି ମିଳିବ । ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ମହିମା ଗାଦୀରେ ଆସନ୍ତା ୨୫ ରେ ହେବାକୁ ଥିବା ପ୍ରସିଦ୍ଧ ଜୋରନ୍ଦା ମେଳା ପ୍ରସ୍ତୁତିରେ ପରିବର୍ତନ କରାଯାଇଛି ।

ପୂର୍ବରୁ ଜୋରନ୍ଦା ମେଳା ପାଇଁ ମେଳା କମିଟି ଓ ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତି ବୈଠକରେ ନିଷ୍ପତି ଉପରେ ଏବେ କଟକଣା ଜାରି କରାଯାଇଛି । ସାମ୍ପ୍ରତିକ ସ୍ଥିତିରେ କୋରୋନା ସଂକ୍ରମଣ ଦୃଷ୍ଟିରୁ ଢେଙ୍କାନାଲ ଜିଲ୍ଲା ପ୍ରଶାସନ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି ।

ଏପରିକି ଚଳିତବର୍ଷ ମେଳାକୁ କେବଳ ବିଧି ପାଳନରେ ସୀମିତ ରଖାଯିବ। ଜିଲ୍ଲା ତଥା ରାଜ୍ୟ ବାହାର ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ସର୍ବସାଧରଣଙ୍କୁ ମେଳାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ କେବଳ ଜିଲ୍ଲାର ମହିମା ସାଧୁ ମାନଙ୍କ ମଧ୍ୟରେ ଚଳିତବର୍ଷ ଏହି ମେଳା ସୀମିତ ରହିବ । ତେବେ ମେଳାରେ ସାମିଲ ମହିମା ସାଧୁ ମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ଅପରପକ୍ଷରେ ଆସନ୍ତା ୨୫ଓ ୨୬ ଦୁଇଦିନ ଧରି ମହିମା ପରମ୍ପରା ମୁତାବକ ହେଉଥିବା ମେଳାରେ ମୁଖ୍ୟ ଗାଦିମନ୍ଦିର ପରିସରରେ କୋଭିଡ କଟକଣା ମଧ୍ୟରେ ଅତି ବେଶୀରେ ୫୦ଜଣ ସାଧୁଙ୍କ ମଧ୍ୟରେ ଝାଡ଼ବତୀ ଓ ଧ୍ବନୀ ପ୍ରଜ୍ବଳନ ମଧ୍ୟରେ ସୀମିତ ରହିବ ବୋଲି ଆଜି(ରବିବାର) ଢେଙ୍କାନାଲ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଗାଇଡ଼େଲାଇନ ଜାରି କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Feb 21, 2021, 5:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.