ETV Bharat / state

କୋରୋନା ସହାୟତା ପାଇଁ ବୁଲୁଛି ଭୁବନବାସୀଙ୍କ ଦାନବାକ୍ସ

କୋରୋନା ସହାୟତା ପାଇଁ ବୁଲୁଛି ଭୁବନବାସୀଙ୍କ ଦାନବାକ୍ସ । କିଛି ସହଯୋଗୀ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ଘଣ୍ଟ ବାଡେଇ ଗାଁ ଗାଁରେ ଘର ଘର ବୁଲୁଛନ୍ତି ବ୍ଲକ ଅଧ୍ୟକ୍ଷ । ଅଧିକ ପଢନ୍ତୁ...

author img

By

Published : Apr 16, 2020, 11:05 PM IST

Updated : Apr 17, 2020, 11:03 AM IST

public doneted to cmrf on bhuban
କୋରୋନା ସହାୟତା ପାଇଁ ବୁଲୁଛି ଭୁବନବାସୀଙ୍କ ଦାନବାକ୍ସ

ଢେଙ୍କାନାଳ: କୋରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବାକୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକବାସୀ ଅଣ୍ଟା ଭିଡିଛନ୍ତି । ଏଥି ପାଇଁ ଭୁବନ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲୁଛି ଦାନବାକ୍ସ । ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ତତ୍ବାବଧାନରେ ଭୁବନ ବ୍ଲକର ୧୮ ଟି ପଞ୍ଚାୟତରେ କୋରୋନା ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି ଅଞ୍ଚଳବାସୀ । ପ୍ରତି ପଞ୍ଚାୟତରୁ ପଞ୍ଚାୟତ ପ୍ରତି ଗ୍ରାମରୁ ଗ୍ରାମକୁ ବୁଲି ବୁଲି ତିନି ଲକ୍ଷରୁ ଅଧିକ ଅର୍ଥ ରାଶି ସଂଗ୍ରହ କରାଯାଇଥିବା ଜଣାପଡିଛି ।

କୋରୋନା ପୀଡିତ ଲୋକମାନଙ୍କ ପାଇଁ ସହାୟତା ଉଦ୍ଦେଶ୍ୟରେ ଏହି ଦାନ ସଂଗ୍ରହ ଚାଲିଛି । ନିଜର କିଛି ସହଯୋଗୀ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ଘଣ୍ଟ ବାଡେଇ ଗାଁ ଗାଁରେ ଘର ଘର ବୁଲୁଛନ୍ତି ବ୍ଲକ ଅଧ୍ୟକ୍ଷ । ଏପରିକି ନିଜର ଦୁଇ ବର୍ଷର ଭତ୍ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Apr 17, 2020, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.