ETV Bharat / state

ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବି, ଥାନା ଆଗରେ ମୃତଦେହ ରଖି ଧାରଣା

author img

By ETV Bharat Odisha Team

Published : Jan 3, 2024, 6:56 AM IST

Updated : Jan 3, 2024, 2:46 PM IST

Dhenkanal Murder Case: ସାମାନ୍ୟ ସାଉଣ୍ଡ ବକ୍ସ ଲଗାଇବାକୁ ନେଇ ଜଘନ୍ୟ କାଣ୍ଡ । କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ । ମୃତଦେହକୁ ଢେଙ୍କାନାଳ ଟାଉନ ଥାନା ସମ୍ମୁଖରେ ରଖି ଥାନା ଘେରାଉ । ଅଧିକ ପଢ଼ନ୍ତୁ

କାଠ ଫାଳିଆରେ ହତ୍ୟାକାଣ୍ଡ ନେଇ ଉତ୍ତ୍ୱେଜନା
କାଠ ଫାଳିଆରେ ହତ୍ୟାକାଣ୍ଡ ନେଇ ଉତ୍ତ୍ୱେଜନା
ଥାନା ଆଗରେ ମୃତଦେହ ରଖି ଧାରଣା

ଢେଙ୍କାନାଳ: ସାମାନ୍ୟ ସାଉଣ୍ଡ ବକ୍ସ ଲଗାଇବାକୁ ନେଇ ଜଘନ୍ୟ କାଣ୍ଡ । କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ । ଢେଙ୍କାନାଳ ସହରର ମୀନା ବଜାର କୁମ୍ଭାର ସାହିରେ କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁକୁ ନେଇ ମଙ୍ଗଳବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟମାନେ ମୃତଦେହକୁ ଢେଙ୍କାନାଳ ଟାଉନ ଥାନା ସମ୍ମୁଖରେ ରଖି ଥାନା ଘେରାଉ କରିଥିଲେ । ଯାହାକୁ ନେଇ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ଢେଙ୍କାନାଳ ସହରର ମୀନା ବଜାର କୁମ୍ଭାର ସାହିରେ ଜଣେ ବ୍ୟକ୍ତିକୁ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଏଥିରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି(ମଙ୍ଗଳବାର) ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ମରଣାନ୍ତକ ଆକ୍ରମଣ ଘଟଣା ପରେ ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ଛାଡି ଦେଇଥିବା ଅଭିଯୋଗ କରିଥିଲେ ମୃତକଙ୍କ ପରିବାର । ଫଳରେ ଟାଉନ ଥାନା ପୋଲିସର ଏପରି ଭୂମିକା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଉତ୍ୟକ୍ତ ଲୋକମାନେ ଦୁଇଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ । ଖବର ପାଇ ପୋଲିସ ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସାଙ୍ଗକୁ ଗଗନ ବେହେରା ନାମକ ଜଣେ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖିଥିବା ସହ ଅନ୍ୟ ଅଭିଯୁକ୍ତକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ......ସାଙ୍ଗକୁ ହତ୍ୟା କରି ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ

ସୂଚନା ଥାଉକି, ମୃତକ ଜଣଙ୍କ କାମାକ୍ଷାନଗର ଅଞ୍ଚଳର ଦାଶରଥି ସେଠୀ । ଦାଶରଥି ତାଙ୍କ ପରିବାର ସହ ଢେଙ୍କାନାଳ ସହରର ମୀନା ବଜାର କୁମ୍ଭାର ସାହିରେ ଭଡା ଘରେ ରୁହନ୍ତି । ଗତ ୨୫ ତାରିଖ ସନ୍ଧ୍ୟାରେ ତାଙ୍କ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ଲଗାଇ ଗୀତ ବଜାଇବାକୁ ନେଇ ପଡ଼ୋଶୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପଡୋଶୀ କୁମ୍ଭାର ସାହିର ଦୁଇ ଭାଇ ଗଗନ ବେହେରା ଓ ଜିତୁ ବେହେରା ଏକ କାଠ ଫାଳିଆରେ ଦାଶରଥୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଦାଶରଥିଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଦଶରଥୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଥାନାରେ ଅଭିଯୋଗ ପରେ ମଧ୍ୟ ଏହି ମରଣାନ୍ତକ ଆକ୍ରମଣର ଦୁଇ ଅଭିଯୁକ୍ତଙ୍କୁ ଟାଉନ ପୋଲିସ ଥାନାକୁ ଡାକି ଛାଡି ଦେଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jan 3, 2024, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.