ETV Bharat / state

ଢେଙ୍କାନାଳରେ ବିଚାରଧୀନ କଏଦୀ ମୃତ, ଗ୍ରାମବାସୀଙ୍କ ରାସ୍ତାରୋକ - ଢେଙ୍କାନାଳରେ ଉତ୍ତେଜନା

ଢେଙ୍କାନାଳ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ 55 ନଂ ଜାତୀୟ ରାଜପଥ ଅବରୋଧ । ଅଧିକ ପଢନ୍ତୁ...

ଢେଙ୍କାନାଳରେ ବିଚାରଧୀନ କଏଦୀ ମୃତ, ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Dec 30, 2020, 9:15 PM IST

Updated : Dec 30, 2020, 10:40 PM IST

ଢେଙ୍କାନାଳ: ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ମୃତ୍ୟୁର କାରଣକୁ ନେଇ ତଦନ୍ତ ଦାବି କରିବା ସହ ମୃତକ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଢେଙ୍କାନାଳରେ ବିଚାରଧୀନ କଏଦୀ ମୃତ, ଗ୍ରାମବାସୀଙ୍କ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା କାରାଗାରରେ ବ୍ରହ୍ମା ଦେହୁରୀ ନାମକ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ କଏଦୀଙ୍କ ଗ୍ରାମବାସୀ 55 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବ୍ରହ୍ମା ଦେହୁରୀ ଭଲଥିଲେ ତାଙ୍କୁ ହତ୍ୟା କରାଯାଇଛି ବୋଲି ମୃତ କଏଦୀଙ୍କ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଢେଙ୍କାନାଳ ଶକ୍ତିସୁଗର ଛକ ଠାରେ କଏଦୀଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟ ।

ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବ୍ରହ୍ମା ଦେହୁରୀ(48) ଗତ ୨୦୧୩ ମସିହାରେ ଜମିବାଡ଼ି ବିବାଦକୁ ନେଇ ତାଙ୍କ ଗ୍ରାମର ଏକ ଭିନ୍ନକ୍ଷମ ଦମ୍ପତିଙ୍କୁ ହତ୍ୟା କରିଥିଲେ । ମାମଲାକୁ ନେଇ ସେହି ବର୍ଷ ଅଗଷ୍ଟ ୧୦ ତାରିଖରୁ ଢେଙ୍କାନାଳ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ ବ୍ରହ୍ମା । ତେବେ ମଙ୍ଗଳବାର ବ୍ରହ୍ମା ଦେହୁରୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ରାତିରେ ଢେଙ୍କାନାଳ ମୁଖ୍ୟ ଡାକ୍ତରରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି(ବୁଧବାର) ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ଼କ୍ରସରୁ ଆର୍ଥିକ ସହାୟତା ଦେବା ସହ ତଦନ୍ତ କରାଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଛି । ଏନେଇ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 30, 2020, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.