ଢେଙ୍କାନାଳ: ମୃତ୍ୟୁର ଦୁଇଦିନ ପରେ ଏକ ଗର୍ଭବତୀ ହାତୀର ମୃତଦେହ ଠାବ କରିଛି ବନ ବିଭାଗ। ମୃତ୍ୟୁର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ପ୍ରସବ ଯନ୍ତ୍ରଣା ସହିନପାରି ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି ।
ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚରର ମଠ ତେନ୍ତୁଳିଆ ଗ୍ରାମ ନିକଟସ୍ଥ କଲ୍ୟାଣ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ । ଏନେଇ ଖବର ପାଇ ଷଢଙ୍ଗୀ ବନ କର୍ମଚାରୀମାନେ ପହଞ୍ଚି ମୃତହାତୀକୁ ଉଦ୍ଧାର କରିଛନ୍ତି । ପରେ ହାତୀର ମୃତଦେହ ବ୍ୟବଚ୍ଛେଦ କରିବାରେ ତା ପେଟରୁ ଏକ ମୃତ ହାତୀ ଛୁଆ ଥିବା ଜଣାପଡିଛି । ଫଳରେ ଏହି ଗର୍ଭବତୀ ହାତୀଟି ପ୍ରସବଜନିତ କାରଣରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ମୃତ ହାତୀର ବୟସ ପ୍ରାୟ ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ