ETV Bharat / state

ପୋଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା ଉଦ୍ୟମ - କାର୍ଯ୍ୟରତ ପୋଲିସ କନେଷ୍ଟବଳ

ଆତ୍ମହତ୍ୟା ଉଦ୍ୟମ କଲେ କଙ୍କଡାହାଡ଼ ଥାନାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ। ଅଧିକ ପଢନ୍ତୁ

Police constable attempt suicide in dhenkanal

author img

By

Published : Mar 5, 2023, 8:00 AM IST

ପୋଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ କନେଷ୍ଟବଳ । ଜଣେ ପୁରୁଷ କନେଷ୍ଟବଳ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଗୁରୁତର କନେଷ୍ଟବଳ ଜଣଙ୍କ ହେଉଛନ୍ତି କଙ୍କଡାହାଡ଼ ଥାନାରେ କାର୍ଯ୍ୟରତ ନିଶାମଣୀ । ପ୍ରାଥମିକ ଚିକିତ୍ସା ପରେ ସେ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଗତକାଲି କନେଷ୍ଟବଳ ନିଶାମଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ କଙ୍କଡାହାଡ଼ ଥାନା ବିଲ୍ଡିଂ ଛାତରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରମୂହୁର୍ତ୍ତରେ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ସେଠାରେ ବର୍ତ୍ତମାନ ନିଶାମଣୀଙ୍କ ଚିକିତ୍ସା ଜାରି ରହିଛି।

ନିଶାମଣୀଙ୍କୁ ଘର ଢେଙ୍କାନାଳ ଜୋରନ୍ଦା ବାଇସିଂହା ଗ୍ରାମରେ । ତାଙ୍କ ପତ୍ନୀ ସଚଳା ପ୍ରଧାନ ମଧ୍ୟ କନେଷ୍ଟବଳ ଭାବେ କଙ୍କଡାହାଡ଼ ଥାନାରେ କାର୍ଯ୍ୟରତ ଅଛନ୍ତି । ଗତ ୮ଦିନ ହେଲା ନିଶାମଣୀ କଙ୍କଡାହାଡ଼ ଥାନାକୁ ବଦଳି ହୋଇ ଯୋଗ ଦେଇଥିଲେ । ତେବେ କେଉଁ କାରଣକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । ମାତ୍ର ଉଭୟ ପତିପତ୍ନୀଙ୍କ ମଧ୍ୟରେ ଥାନାରେ ପାଟିତୁଣ୍ଡ ହୋଇଥିବା ବେଳେ ପୂର୍ବରୁ ପାରିବାରିକ ଆଶାନ୍ତି ରହିଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ପୂର୍ବେ ଢେଙ୍କାନାଳ ରିଜର୍ଭରେ ଜଣେ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ଗତ 3 ତାରିଖ ଦିନ ଢେଙ୍କାନାଳରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଥିଲା । ନ୍ୟାୟ ନ ମିଳିବାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜମିଜମା ବିବାଦକୁ ନେଇ କମାଳିନୀଙ୍କ ପରିବାରକୁ ଆକ୍ରମଣ କରାଯାଇଥିଲା । ଏନେଇ ମହିଳା ଜଣଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ପୋଲିସ ନିରବଦ୍ରଷ୍ଟା ସାଜିବାରୁ ବିଡିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନିରାଶ ହୋଇଥିଲେ । ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଚରମ ନିଷ୍ପତ୍ତି ନେଇଥିଲେ ।

ପୋଲିସ ମହିଳା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କଠାରୁ ବିଷ ବୋତଲ, ଦିଆସିଲ ଓ କିରାସିନି ଆଦି ଜବତ କରିଥିଲା । ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର କମଳିନୀ ଜେନା ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.