ETV Bharat / state

Kamakhyanagar Firing Case: ଯୁବ ଠିକାଦାରଙ୍କୁ ଗୁଳିକାଣ୍ଡ ଘଟଣାରେ ୪ ଗିରଫ

author img

By

Published : Jun 22, 2023, 10:20 PM IST

Updated : Jun 22, 2023, 10:28 PM IST

କାମାକ୍ଷାନଗରରେ ବିଜେଡି କର୍ମୀ ତଥା ଯୁବ ଠିକାଦାରଙ୍କୁ ଗୁଳିକାଣ୍ଡ ଘଟଣା । ପିସ୍ତଲ ଓ ଜୀବନ୍ତ ଗୁଳି ସହ ୪ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

Kamakhyanagar Firing Case: ଯୁବ ଠିକାଦାରଙ୍କୁ ଗୁଳିକାଣ୍ଡ ଘଟଣାରେ ୪ ଗିରଫ

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗରରେ ବିଜେଡି କର୍ମୀ ତଥା ଯୁବ ଠିକାଦାରଙ୍କୁ ଗୁଳିକାଣ୍ଡ ଘଟଣା । ପିସ୍ତଲ ଓ ଜୀବନ୍ତ ଗୁଳି ସହ ୪ଜଣଙ୍କୁ ଗିରଫ କରି ଗୁଳିକାଣ୍ଡର ରିକ୍ରିଏସନ କଲା ପୋଲିସ । ଦାଦାବଟି ପାଇଁ ଆକ୍ରମଣ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର । ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

କାମାକ୍ଷାନଗର ଯୁବ ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ତାଙ୍କଠାରୁ ଏକ ଜୀବନ୍ତ ଗୁଳି ଭର୍ତ୍ତି ପିସ୍ତଲ ଓ ମୋବାଇଲ ଜବତ କରିଛି ପୋଲିସ । ଦାଦାବଟି ପାଇଁ କାହ୍ନୁଙ୍କୁ ଗୁଳି ମାଡ଼ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର । ଏପରିକି ଆଜି କାମାକ୍ଷାନଗର ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ନେଇ ଗୁଳିମାଡ଼ କରିଥିବା ସ୍ଥଳୀରେ ଘଟଣାର ରିକ୍ରିଏସନ କରିଛି ।

ଏହା ବି ପଢନ୍ତୁ- କାମାକ୍ଷାନଗରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ଗୁଳିମାଡ

ଗତ ୧୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ କାହ୍ନୁ ନିଜ କାରରେ ତାଙ୍କ ବାସଭବନ ନିକଟରେ ଫୋନରେ କଥା ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ୨ ରାଉଣ୍ଡ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ୨ଟି ଟିମ ଗଠନ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଥିଲା । ତେବେ ଘଟଣାରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ଥିବା କହିଛନ୍ତି ଏସପି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ଟି ଜୀବନ୍ତ ଗୁଳି ଓ ୪ଟି ମୋବାଇଲ ଜବତ ହୋଇଛି । ଗିରଫମାନେ ହେଲେ ସୁବାସ ଖୁଣ୍ଟିଆ, ଶୁଭ୍ରାଂଶୁ ନାଏକ, ଲିପୁନ ରାଉତ ଓ ଅନିଲ କୁମାର ନାୟକ ।

ଗିରଫ ଅଭିଯୁକ୍ତମାନେ ସମସ୍ତେ କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଗୁଲମାଡ଼ରେ କାହ୍ନୁଙ୍କ ଜଙ୍ଘ ଓ ହାତରେ ୨ଟି ଗୁଳି ବାଜିଥିଲା । ତେବେ ଏହା ପୂର୍ବରୁ କାହ୍ନୁ ସାହୁଙ୍କ ଘର ଆଗରେ ଗାଡି ଉପରକୁ ବୋମା ମାଡ଼ ଓ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖରୁ ଗୁଳି ଫୁଟାଇ ଅପହରଣ ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା । ଏହି ସମସ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ସଂପୃକ୍ତ ଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି । ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jun 22, 2023, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.