ETV Bharat / state

୪ ବର୍ଷର ଶିଶୁ ପୁତ୍ରକୁ ହତ୍ୟା, ପୋଲିସର ତଦନ୍ତ ଜାରି

୪ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା । ଜଙ୍ଗଲରୁ ଶିଶୁଟିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲା ସୋଗର ଝଗଡପଦା ଗ୍ରାମରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଅଧିକ ପଢନ୍ତୁ

author img

By

Published : May 11, 2022, 7:10 AM IST

୪ ବର୍ଷର ଶିଶୁ ପୁତ୍ରକୁ ହତ୍ୟା, ପୋଲିସର ତଦନ୍ତ ଜାରି
୪ ବର୍ଷର ଶିଶୁ ପୁତ୍ରକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଢେଙ୍କାନାଳ: ୪ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା । ଜଙ୍ଗଲରୁ ଶିଶୁଟିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲା ସୋଗର ଝଗଡପଦା ଗ୍ରାମରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା ।

ଜଣେ ସରଳ ନିଷ୍ପାପ ଶିଶୁକୁ ନୃଶଂସ ଭାବେ ହତ୍ୟା । ଆଉ ଜଙ୍ଗଲରୁ ଶିଶୁର କ୍ଷତବିକ୍ଷତ ମୃତଦେହକୁ ପୁଲିସ ଉଦ୍ଧାର କରି ଛାନଭିନ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଂହ ଥାନା ଅନ୍ତର୍ଗତ ସୋଗର ଝଗଡପଦା ଗ୍ରାମର ଏହି ଘଟଣା ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଶିଶୁର ବୟସ ମାତ୍ର ୪ ବର୍ଷ ଓ ସେ ଏକ ପୁତ୍ର ସନ୍ତାନ ବୋଲି ଜଣାପଡିଛି ।

ସୂଚନା ମୁତାବକ, ମୃତ ଶିଶୁଟି ସୋଗର ଗାଁ ଝଗଡପଦା ସାହିର ରାଜେନ୍ଦ୍ର ମଲ୍ଲିକଙ୍କ ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ରୁଦ୍ରାକ୍ଷ ମଧ୍ୟାନ୍ନରେ ଗାଁରେ ପିଲାମାନଙ୍କ ସହିତ ଖେଳୁଥିବାବେଳେ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଶିଶୁଟିକୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ ।

ତେବେ ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଶିଶୁଟିର ମୃତଦେହ କ୍ଷତବିକ୍ଷତ ଭାବରେ ପଡିଥିବା ପରିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ଓ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଶିଶୁପୁତ୍ର ସେହି ଗାଁର ଜଣେ ଯୁବକ ହତ୍ୟା କରିଥିବା ରାଜେନ୍ଦ୍ର କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି ।

ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୋଲିସ ଗୁରୁତର ସହ ନେଇ ତନାଘନା ଚଳାଇଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.