ETV Bharat / state

ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗସ୍ତ - pickup van accident in dhenkanal

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଞ୍ଚଳରୁ ଚୋରା କାଠ ବୋଝେଇ କରି ଯାଜପୁର ଆଡକୁ ଯାଉଥିବା ଏକ ପିକଅପ ଭ୍ୟାନ ଦୁର୍ଘଟଣାଗସ୍ତ ହୋଇଛି । ଏହାସହ ଭୁବନ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ପିକଅପ ଡ୍ରାଇଭର ଓ ଗାଡ଼ିରେ ଥିବା ଦୁଇ କାଠ ବେପାରୀ ।

dhenkanal
ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗସ୍ତ
author img

By

Published : Jul 22, 2020, 8:02 PM IST

ଢେଙ୍କାନାଳ: ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଞ୍ଚଳରୁ ଚୋରା କାଠ ବୋଝେଇ କରି ଯାଜପୁର ଆଡକୁ ଯାଉଥିବା ଏକ ପିକଅପ ଭ୍ୟାନ ଦୁର୍ଘଟଣାଗସ୍ତ ହୋଇଛି । ଏହାସହ ଭୁବନ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ପିକଅପ ଡ୍ରାଇଭର ଓ ଗାଡ଼ିରେ ଥିବା ଦୁଇ କାଠ ବେପାରୀ । ଗିରଫ ତିନି ଜଣ ହେଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବଡ଼ତଣ୍ଡାର ପ୍ରମୋଦ ସାହୁ, ଅତା ଗ୍ରାମର ପ୍ରଶାନ୍ତ ସାହୁ ଓ ଢେଙ୍କାନାଳ ଜିଲ୍ଳା ଗଁନ୍ଦିଆ କରମୂଳର ପ୍ରଦୀପ ମହାନ୍ତି ।

ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗସ୍ତ

ଦ୍ରୁତ ବେଗରେ ଯାଉଥିବା ଏହି ଗାଡିଟି ଭୁବନ ସୁକିନ୍ଦା ରାସ୍ତାର କଣପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵ ଗଛରେ ଧକ୍କା ହୋଇଥିଲା । ଖବରପାଇ ଭୁବନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏହା ଚୋରା କାଠ ବୋଲି ଜଣାପଡିଥିଲା । ଏହି ପିକଅପ ଭ୍ୟାନରେ ବିପୁଳ ପରିମାଣର ଶାଗୁଆନ ପଟା ଥିବା ଜଣାପଡିଛି । ପୁଲିସ ଗାଡି ସହ ଗିରଫ ୩ଜଣଙ୍କୁ ଭୁବନ ବନବିଭାଗକୁ ହସ୍ତାନ୍ତର କରିଛି । ଏକ ମାମଲା ରୁଜୁ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.