ETV Bharat / state

ଦୁଇ ମାସ ହେଲା ମିଳିନି ପିଡିଏସ୍ ଚାଉଳ, ଚିନ୍ତାରେ ୧୮୦ରୁ ଊର୍ଦ୍ଧ୍ବ ପରିବାର - ଚାଉଳ ପାଇବାରୁ ବଞ୍ଚିତ

ଡେଙ୍କାନାଳର ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଓଢଣା ଗ୍ରାମରେ 2 ମାସ ହେଲା ମିଳିନି ପିଡିଏସ ଚାଉଳ । ଅଧିକ ପଢନ୍ତୁ

pds rice irregularities allegation
pds rice irregularities allegation
author img

By

Published : May 24, 2023, 2:05 PM IST

pds rice irregularities allegation

ଡେଙ୍କାନାଳ: ଗରିବ ଲୋକଙ୍କ ପାଇଁ ଆସୁଥିବା PDS ଚାଉଳ ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ । ଲୋକଙ୍କୁ ଚାଉଳ ନଦେଇ ବାରମ୍ବାର ଫେରାଉଥିବା ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଓଢଣା ଗ୍ରାମରେ। 2ମାସ ହେଲା ଗ୍ରାମବାସୀଙ୍କୁ ମିଳିନି ପିଡିଏସ ଚାଉଳ । ଏନେଇ ହିତାଧିକାରୀ ସରପଞ୍ଚଙ୍କ ଠାରୁ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି ।

ତେବେ ଓଢଣା ଗ୍ରାମରେ ମୋଟ ୧୮୦ ପରିବାରର ୧୬୦୦ରୁ ଊର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ଏହି ଗ୍ରାମର ଲୋକମାନେ ଗରିବ ଶ୍ରେଣୀର ହୋଇଥିବାରୁ ସରକାର ଯୋଗାଇ ଦେଇଛନ୍ତି ରାସନ କାର୍ଡ । ମୁଣ୍ଡ ପିଛା 5 କିଲୋ ଚାଉଳ ସହିତ ଅନ୍ତର୍ଦୋୟ କାର୍ଡ ମାଧ୍ୟମରେ ମାସକୁ ୩୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି । ହେଲେ ଗ୍ରାମର ସଫା ହାତୀଙ୍କ ପରିବାରକୁ ଆଜକୁ ଦେଢ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଡକୁ ସ୍ଥଗିତ ରଖାଯାଇ ଚାଉଳ ପାଇବାରୁ ବଞ୍ଚିତ କରାଯାଇଛି ।

ତେବେ ଏନେଇ ତାଙ୍କ ପରିବାର କଣ ଖାଇବ ଓ କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି l ସେମାନେ ଗରିବ ଶ୍ରେଣୀର ହୋଇଥିବା ବେଳେ ମାଗଣା ଚାଉଳ ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ଆଜକୁ ପ୍ରାୟ ଦୁଇରୁ ତିନି ମାସ ହେବ ହିତାଧିକାରୀଙ୍କୁ ଅଜାଣତରେ ନୂଆ ଡିଲରଙ୍କ ହାତକୁ ଚାଉଳ ବାଣ୍ଟିବାର ଭାର ଦିଆଯାଇଛି । ଯାହାଫଳରେ ହିତାଧିକାରୀ ନିଜ ଗ୍ରାମ ଠାରୁ ଚାରି ପାଞ୍ଚ କିଲୋମିଟର ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସୁଧା କୌଣସି ସୁଫଳ ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ- ଘାରିଛି କି CBI-ED ଭୟ ? BJD ତୃତୀୟ ସାମ୍ମୁଖ୍ୟକୁ ଯିବାର ପ୍ରଶ୍ନ ଉଠୁନାହିଁ କହିଲେ ରାଜନୀତି ସମୀକ୍ଷକ

ଏହା ମଧ୍ୟ ପଢନ୍ତୁ- ନୀତିଶଙ୍କ ସ୍ଥିତି ସେୟା ହେବ, ଯାହା ଚନ୍ଦ୍ରବାବୁ ନାଇଡୁଙ୍କ ହୋଇଥିଲା: ପ୍ରଶାନ୍ତ କିଶୋର

ସେହିପରି ନୂତନ ଡିଲର ବିଭିନ୍ନ ଆଳ ଦେଖାଇ ହିତାଧିକାରୀଙ୍କୁ ହଇରାଣ କରାଉଥିବା ଅଭିଯୋଗ କରିଛନ୍ତି । ତେବେ ଓଢଣ ଗ୍ରାମରେ ହିଁ ଚାଉଳ ଜଲଦି ଦିଆଯାଉ ନଚେତ ଆଗାମୀ ଦିନରେ ବ୍ଲକ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l ଅନ୍ୟପଟେ ନୂଆ ଡିଲରଙ୍କୁ ଦାୟିତ୍ବ ଦିଆଯାଇଛି । କିଛି ସମୟ ଲାଗିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ । ତେବେ ଓଢଣା ଗ୍ରାମର ହିତାଧିକାରିଙ୍କୁ କେବେ ଚାଉଳ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.