ETV Bharat / state

ଲଗାଣ ବର୍ଷାରେ ପଚିଗଲା ଶହଶହ ଏକର ଧାନ, ହତାଶ ଚାଷୀକୂଳ - ପଚିଗଲା ଧାନଗଛ

ଢେଙ୍କାନାଳରେ ହତାଶ ହୋଇପଡ଼ିଛନ୍ତି ଚାଷୀକୂଳ । ଲଗାଣ ବର୍ଷା ଯୋଗୁଁ ପଚିଯାଇଛି ଶହ ଶହ ଏକର ଧାନ । ଅଧିକ ପଢନ୍ତୁ...

ଚାଷୀକୁଳ ହତାଶ, ଲଗାଣ ବର୍ଷାରେ ପଚିଗଲା ଶହ ଶହ ଏକର ଧାନ

author img

By

Published : Oct 4, 2021, 5:24 PM IST

ଢେଙ୍କାନାଳ: ଚଳିତ ବର୍ଷ ନିର୍ଦ୍ଧିଷ୍ଟ ସମୟରେ ବର୍ଷା ନ ହେବାରୁ ମରୁଡି ଆଶଙ୍କାରେ ଚାଷୀକୂଳ ଚିନ୍ତାରେ ଥିଲେ । ଆଉ ଏପରି ଅବସ୍ଥାରେ ଗତ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ବେଡି଼ ଉପରେ କରଡ଼ା ସଦୃଶ ହୋଇଛି । ବିଶେଷ କରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ପଞ୍ଚାୟତର ଚାଷୀମାନେ ଲଗାଣ ବର୍ଷା ଯୋଗୁଁ ହତାଶ ହୋଇପଡ଼ିଥିବା ଜଣାପଡ଼ିଛି ।

ଲଗାଣ ବର୍ଷାରେ ପଚିଗଲା ଶହଶହ ଏକର ଧାନ, ହତାଶ ଚାଷୀକୂଳ

ସଠିକ ସମୟରେ ବର୍ଷା ହୋଇନଥିବାରୁ ଚାଷୀମାନେ ବିଳମ୍ବରେ ହେଉ ମଧ୍ୟ ଧାନ ଲଗାଇଥିଲେ । ମାତ୍ର ଗତ ଲଗାଣ ବର୍ଷା ଯୋଗୁଁ ଚାରିଆଡେ ଜଳମଗ୍ନ ହୋଇଯାଇଥିଲା । ଫଳରେ ଚାଷ ହୋଇଥିବା ବିଲ ସବୁ ପାଣିରେ ବୁଡି ରହିଥିଲା । ତେବେ ପାଣି ଛାଡିଲା ପରେ ଏବେ ସବୁ ଧାନ ଗଛ ପଚି ଯାଇଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳ ସଦର ବ୍ଲକର ଚାଉଳିଆ ପଞ୍ଚାୟତ ଅଞ୍ଚଳରେ ଏପରି ଅବସ୍ଥା ଯୋଗୁଁ ଶହ ଶହ ଏକର ଧାନ ଚାଷ ଉଜୁଡି ଯାଇଛି । ଯାହା ଫଳରେ ଏହି ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପରି ଅବସ୍ଥାରେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଚାଷୀ କୂଳକୁ ସହାୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.