ETV Bharat / state

କାମାକ୍ଷାନଗର ଏନଏସିରେ ଝାଡାବାନ୍ତି ଆତଙ୍କ, 100ରୁ ଅଧିକ ଆକ୍ରାନ୍ତ

author img

By

Published : Dec 12, 2022, 1:49 PM IST

କାମାକ୍ଷାନଗର ଏନଏସିରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି (people affected by diarrhoea) । ୧୪ ନମ୍ବର ୱାର୍ଡ ପୁରୁଣା ରେକୁଳା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି ବ୍ୟାପିବାକୁ ଲାଗିଛି । କିଛି ଆକ୍ରାନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

diarrhoea-in-dhenkanal-district-kamakhyanagar-nac
କାମାକ୍ଷାନଗର ଏନଏସିରେ ଝାଡାବାନ୍ତି ଆତଙ୍କ
କାମାକ୍ଷାନଗର ଏନଏସିରେ ଝାଡାବାନ୍ତି ଆତଙ୍କ

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଏନଏସିରେ ଝାଡାବାନ୍ତି ଆତଙ୍କ । ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି (Diarrhea Infection) । କାମାକ୍ଷାନଗର ଏନଏସି 14 ନମ୍ବର ୱାର୍ଡରେ ପୁରୁଣା ରେକୁଳା ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । 150ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୂଷିତ ପାନୀୟ ଜଳ ପାଇଁ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏଯାଏଁ କୌଣସି ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ନଥିବା ଖବର ମିଳିଛି ।

ଏହା ବି ପଢନ୍ତୁ....ସ୍ୱାମୀର ପରକିୟା ପ୍ରୀତିକୁ ନେଇ ଦୁଇ ମହିଳାଙ୍କ ଡ୍ରାମା

ଜିଲ୍ଲା କାମାକ୍ଷାନଗର NAC ୧୪ ନଂ ଓ୍ବାର୍ଡ ପୁରୁଣା ରେକୁଳା ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । 100ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏବେ 10ଜଣ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗାଁକୁ ରାମିଆଳ ନଦୀରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଏହି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଡାକ୍ତର ମଧ୍ୟ ଦୂଷିତ ପାନୀୟ ଜଳ ଓ ଖାଦ୍ୟ କାରଣରୁ ଏହି ଡାଇରିଆ ବ୍ୟାପିଥିବା କହିଛନ୍ତି । ଗାଁ 65 ଭାଗ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଡାଇରିଆ ଆକ୍ରାନ୍ତଙ୍କ ତରଳ ଝାଡା ହେବା ସହ ପେଟକାଟା ସମସ୍ୟା ଦେଖିବାକୁ ମିଳିଛି । ଗ୍ରାମବାସୀ ଏକ ପ୍ରକାର ଭୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁକୁ ତୁରନ୍ତ ଡାକ୍ତରୀ ଟିମ୍‌ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରିବା ସହ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ କଣ ଓ ଏହାର ପ୍ରତିକାର କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.