ଢେଙ୍କାନାଳ: କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବର୍ହିବିଭାଗକୁ 2 ଦିନ ପାଇଁ ବନ୍ଦ କରାଯାଇଛି । ଦୁଇ ଦିନିଆ ସଟଡାଉନ୍ ଘୋଷଣା କାରଣରୁ ଏହି ବନ୍ଦ ଘୋଷଣା କରିଛନ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ।
ମଙ୍ଗଳବାର ହସ୍ପିଟାଲ ତରଫରୁ ସମସ୍ତ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇଥିଲା। ଏଥିରେ 9 ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଉପଖଣ୍ଡ ଚିକିତ୍ସାଳୟକୁ ବୁଧବାର ଓ ଗୁରୁବାର 2 ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଫଳରେ ଏହି ଦୁଇଦିନ ଆଉଟ ଡୋର୍ ସେବା ବନ୍ଦ ରହିଛି।
ଏହି ସମୟରେ ଜରୁରିକାଳୀନ ସେବା ଜାରିରହିବ। ପୂର୍ବରୁ ମଧ୍ୟ 4 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ମୋଟ 13 ଜଣ ମେଡିକାଲ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ