ଢେଙ୍କାନାଳ: ଢେଙ୍କାନାଳ ସହର ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା । କାମ କରୁଥିବା ସମୟରେ ମେସିନରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ କାରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି ।
ତେବେ ମୃତକ ଜଣଙ୍କ କଟକ ଗୁରୁଡ଼ିଝାଟିଆର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ପ୍ରଶାନ୍ତ କାରଖାନାରେ ମିଲିଂ ୟୁନିଟରେ କାମ କରୁଥିଲେ । ତେବେ ସେଫଟି କିଟ ନପିନ୍ଧି କାମ କରୁଥିବା ଯୋଗୁଁ ମେସିନରେ ସାର୍ଟ ଲାଗି ଯିବାରୁ ତାଙ୍କୁ ଟାଣି ନେଇଥିଲା ବୋଲି ସୂଚନା ମିଳିଛି । ଫଳରେ ମେସିନରେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ଏହି ମୃତ୍ୟୁ ପରେ କାରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ