ETV Bharat / state

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, 7 ଜଣଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ - ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ

ଯୁବକଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ । ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣାଟି ହେଉଛି ଢେଙ୍କାନାଳ ଭୁବନ ଥାନା ଅଞ୍ଚଳର । ଅଧିକ ପଢନ୍ତୁ...

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ
ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ
author img

By

Published : Sep 26, 2020, 7:39 AM IST

Updated : Sep 26, 2020, 10:39 AM IST

ଢେଙ୍କାନାଳ: ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଭୁବନ ଅନନ୍ତପୁର ଗମରଗୋଳ ଗାଁ ଯଶୋବନ୍ତ ପ୍ରଧାନ । ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଭୁବନ ଥାନାରେ 7 ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । ପୋଲିସ ମାମଲା ରୁଜୁ କରିଥିବାବେଳେ ସେପଟେ, ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, 7 ଜଣଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ

ଅଭିଯୋଗ ଅନୁସାରେ, ଗତ ୨୨ତାରିଖ ରାତି ପ୍ରାୟ ୮ଟା ସମୟରେ କେତେକ ଯୁବକ ଯଶୋବନ୍ତଙ୍କୁ ଘରୁ ଡାକିନେଇଥିଲେ । ପରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମୁଣ୍ଡାକୁଳ ଗାଁରେ ତାଙ୍କୁ ଏହି ଯୁବକମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଯଶୋବନ୍ତଙ୍କୁ ତାଙ୍କ ଘର ସାମ୍ନାରେ ଫୋପାଡି ଦେବା ସହ କାହାକୁ ନ କହିବାକୁ ତାଙ୍କ ପତ୍ନୀଙ୍କୁ ଧମକ ଦେଇ ପଳାଇଥିଲେ । ତା ପରଦିନ ଯଶୋବନ୍ତଙ୍କୁ ଚିକିତ୍ସା ପାଇଁ ତାଳଚେର ନେବା ବାଟରେ ସଙ୍କଟାପନ୍ନ ହେବାରୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ହତ୍ୟାକାଣ୍ଡର ସମ୍ପୃକ୍ତ ଥିବା 7 ଜଣ ଅଭିଯୁକ୍ତ ସୁକିନ୍ଦା ଥାନା ଅନ୍ତର୍ଗତ ମୁଣ୍ଡାକୁଳ ଗାଁର ବୋଲି ଜଣାପଡିଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Sep 26, 2020, 10:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.