ଢେଙ୍କାନାଳ: ସହରକୁ ପୁଣି ଲୁଟ୍ ଘଟଣା ଫେରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଲଷ୍ମୀବଜାର SBI ଶାଖା ସମ୍ମୁଖରୁ ଏକ ଲକ୍ଷ ୮୦ହଜାର ଟଙ୍କା ନେଇ ଲୁଟେରା ଚମ୍ପଟ୍ । ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ବାଇକ ଡିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ଗତକାଲି ସଦର ଥାନା ଅଞ୍ଚଳରେ ଜଣେ କାରଖାନା କର୍ମଚାରୀଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ପରେ ଆଜି ପୁଣି ଢେଙ୍କାନାଳ ସହରରୁ ଏଲକ୍ଷ ୮୦ହଜାର ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । ଢେଙ୍କାନାଳ ସହର କଲଟାକ୍ସ ଅଞ୍ଚଳର ବିଚିତ୍ରାନନ୍ଦ ମହାନ୍ତି ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ବାଇକ ଡିକି ଭାଙ୍ଗି ଏକ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।
ଢେଙ୍କାନାଳ ସହରର ଲଷ୍ମୀବଜାର ସୁପର ମାର୍କେଟ୍ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ହୋଇଛି ଏହି ଲୁଟ। ବିଚିତ୍ରାନନ୍ଦ ମହାନ୍ତି ନାମକ ଜଣେ ବ୍ୟକ୍ତି ଢେଙ୍କାନାଳ UCO ବ୍ୟାଙ୍କରୁ ଏକ ଲକ୍ଷ ୮୦ହଜାର ଟଙ୍କା ବାଇକ ଡିକିରେ ରଖି ଷ୍ଟେଟ୍ ବ୍ୟାଙ୍କକୁ ଆଉ ଏକ ଚେକ୍ ଡିପୋଜିଟ୍ କରିବାକୁ ଯାଇଥିଲେ । ଏହାର ସୁଯୋଗରେ ଲୁଟେରା ମାନେ ତାଙ୍କ ବାଇକ ଡିକି ଭାଙ୍ଗି ଲୁଟିନେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ