ETV Bharat / state

ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣେ ଚାଷୀ ମୃତ

ହାତୀ ଆକ୍ରମଣରେ ଢେଙ୍କାନାଳରେ ସୋମବାର ରାତ୍ରିରେ ପୁଣି ଜଣେ ଚାଷୀଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

One more Farmer dead in Dhenkanal by elephant attack
ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣେ ଚାଷୀ ମୃତ
author img

By

Published : Dec 8, 2020, 10:51 AM IST

ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ବଢି ଚାଲିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ଫସଲକୁ ହାତୀ କବଳରୁ ଧାନକୁ ରକ୍ଷା କରିବା ପାଇଁ ହାତୀ ସହ ମୁହାଁମୁହିଁ ହୋଇ ସୋମବାର ପୁଣି ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ।

ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣେ ଚାଷୀ ମୃତ

ହାତୀମାନେ ଜନବସତି ମଧ୍ୟରେ ଥିବା ଧାନଖଳାକୁ ପଶି ଆସି ଅମଳ ହୋଇ ରହିଥିବା ଧାନକୁ ମଧ୍ୟ ନଷ୍ଟ କରୁଛନ୍ତି । ଚାଷୀମାନେ ହାତୀ କବଳରୁ ଫସଲ ରକ୍ଷା କରି ହାତୀ ସହ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି । ଗତ ସପ୍ତାହରେ ତିନି ଜଣଙ୍କର ଜୀବନ ଯାଇଥିବାବେଳେ ସୋମବାର ରାତ୍ରିରେ ପୁଣି ଜଣେ ଚାଷୀଙ୍କୁ ହାତୀ ପାଦରେ ଦଳି ମାରିଦେଇଛି । ଚାଷୀଙ୍କ ମୃତଦେହ ଢେଙ୍କାନାଳ ସଦର ବନାଞ୍ଚଳ ଅନ୍ତଗର୍ତ ଘଟିପିରି ଚଟକା ବୁଧେଇ-ବେରେଣି ଗ୍ରାମର ଧାନ ବିଲରୁ ଠାବ କରାଯାଇଛି ।

ମୃତକ ଜଣଙ୍କ ବୁଧେଇ ବେରେଣି ଗ୍ରାମର 60 ବର୍ଷୀୟ ଚଇନ ସାହୁ ବୋଲି ଜଣାପଡିଛି । ଏହି ଅଞ୍ଚଳରେ ହାତୀ ଉପଦ୍ରଵରେ ବହୁ ଧାନ ଫସଲ ନଷ୍ଟ ହେଉଛି । ତେବେ ସୋମବାର ରାତ୍ରିରେ ଚଇନ ନିଜ ଧାନ ଫସଲ ସୁରକ୍ଷା ପାଇଁ ବିଲକୁ ଯାଇଥିବା ବେଳେ ଏର ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ବିଲରେ ପାଦରେ ଦଳି ମାରିଦେଇଥିବା ଜଣାପଡିଛି । ଖବର ପାଇ ଆଜି ବନ କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ଧାନ ଅମଳ ସମୟ ହୋଇଥିବାରୁ ହାତୀ ଉପଦ୍ରବ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.