ଢେଙ୍କାନାଳ: ଭୁବନ ଥାନା ଅଞ୍ଚଳରେ ବଜ୍ରାଘାତ ପ୍ରଭାବ ଦେଖିବାକୁ ମିଳିଛି । ଘଡ଼ଘଡି ସହ ବର୍ଷା ଓ ପବନ ହେଉଥିବା ବେଳେ ଗ୍ରାମ ମଣ୍ଡପରେ ଦୁଇ ଜଣ ବ୍ୟକ୍ତି ବସିଥିଲେ । ସେହି ସମୟରେ ବଜ୍ରାଘାତ ଘଟିଥିଲା । ଏହି ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( ୪୫ ବର୍ଷ ) ଓ ଚିତ୍ରସେନ ସାହୁ ( ୫୦ ବର୍ଷ ) ବସିଥିବା ସମୟରେ ବଜ୍ରାଘାତ ଘଟିଥିଲା । ଦୁହେଁ ମଣ୍ଡପରେ ଚେତାଶୂନ୍ୟ ହୋଇପଡିଥିଲେ । ପରିବାର ଲୋକେ ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତି କରିଥଲେ । ପରେ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଚିତ୍ରସେନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।
ସେହିପରି ରାଜ୍ୟରେ ବଜ୍ରାଘାତ କାରଣରୁ ବହୁତ ଲୋକଙ୍କର ଜୀବନ ଯାଇଛି । ସେହିପରି ନିକଟରେ ମାଲକାନଗିରି ଜିଲ୍ଲାରେ ବଜ୍ରାଘାତରେ ୨ଜଣକ ମୃତ୍ୟୁ ଘଟି । ସୂଚନାନୁଯାୟୀ ଦାମାଗୁଡା ଗ୍ରାମର ମିଥୁନ ଧୁରୁଆ ଏବଂ ସପନ ବରାଇ ନିଜ ଚାଷ ଜମିରେ କାମ କରୁଥିବା ବେଳେ ହଠାତ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା । ଆଉ ଏହି ସମୟରେ ବଜ୍ରାଘାତ ଘଟି ଘଟଣାସ୍ଥଳରେ ୨ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହାଫଳରେ ମିଥୁନଙ୍କର ମୃତ୍ୟୁ ହୋଇଥିବାବେଳେ ସପନ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେହିପରି ବହଲଗୁଡା ଗ୍ରାମର ସବିତା ମତେମ ଏବଂ ସନା କୁଟିଆ ଗାଈ ଚରାଇବାକୁ ଯାଇଥିବା ସମୟରେ ବଜ୍ରାଘାତ ହେବା ଫଳରେ ସବିତାର ମୃତ୍ୟୁ ହୋଇଥିବାବେଳେ ସନା ଗୁରୁତର ହୋଇଥିଲେ । ସେପଟେ କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ମଧ୍ୟ ବଜ୍ରାଘାତ ଘଟି ଜଣକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ମୃତକ ଜଣକ ହେଲେ ଆଠଗଡ ବ୍ଲକ ଦୋରଡ ପଞ୍ଚାୟତ ଅଧିନ ଚୁନୁପଦା ଗାଁର ଦୁଃଖବନ୍ଧୁ ରାଉତ । ସେ ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା ।
ସେହିପରି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନ ରାଇପୁର ଗାଁରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ନାରଙ୍ଗପୁର ଗ୍ରାମର କିଛି ଲୋକେ ରାଇପୁର ଠାରେ ଧାନ ବିଲରେ ତଳି ପକେଇବାକୁ ଯାଇଥିଲେ । ବର୍ଷା ହେବାରୁ ୪ ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ଘଟିବାରୁ କାହ୍ନୁଚରଣ ସାହୁ ନାମକ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ ।
ଇଟିଭି ଭାରତ, ଢେଙ୍କାନାଳ