ଢେଙ୍କାନାଳ: ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହାଇଛନ୍ତି । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ମହୁଲିଆପସି ଗ୍ରାମରେ । ମୃତକ ହେଲେ ଉକ୍ତ ଗ୍ରାମର ରାଜୁ ଲମେଇ । ସେହିପରି ଗୁରତର ହେଲେ ସେହି ଗ୍ରାମର ସୁଶାନ୍ତ ମୁଦୁଲି ଓ ପ୍ରାଣବନ୍ଧୁ ବେହେରା ।
ସୁଚନା ମୁତାବକ ଆଜି ଅପରାହ୍ନରେ ଏମାନେ ସମସ୍ତେ ବିଲରେ କାମ କରୁଥିବାବେଳେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା । ନିକଟରେ ଥିବା ଗଛତଳେ ଆଶ୍ରୟ ନେଉଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ୩ ଜଣ ମୁର୍ମୁଷୁ ହୋଇପଡିଥିଲେ । ସେମାନଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଜୁକୁ କାମାକ୍ଷାନଗର ମେଡିକାଲ ପଠାଇଥିବା ବେଳେ ସୁଶାନ୍ତ ଓ ପ୍ରାଣବନ୍ଧୁଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତି କରିଥିଲେ । ରାଜୁକୁ ଡାକ୍ତର ମୃତ ଘୋଷଣା କରିଥିଲେ ଡାକ୍ତର । ସେହିପରି ସୁଶାନ୍ତ ଓ ପ୍ରାଣବନ୍ଧୁଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବାରୁ ତାଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ