ETV Bharat / state

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Oct 21, 2020, 4:48 PM IST

ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ ଜୁଲଙ୍ଗ କାଟେଣି ଗ୍ରାମରେ । ପଢନ୍ତୁ ଅଧିକ .....

ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ : ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ ଜୁଲଙ୍ଗ କାଟେଣି ଗ୍ରାମରେ। ମୃତ ବୃଦ୍ଧା ଜଣଙ୍କ ଜୁଲଙ୍ଗ କାଟେଣି ଗ୍ରାମର ଗୁମାନି ବିଶ୍ଵାଳଙ୍କ ପତ୍ନୀ ଦୁଲଣ ବିଶ୍ଵାଳ ବୋଲି ଜଣାପଡିଛି ।

ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ

ଦୁଲଣ ଆଜି ତାଙ୍କ ଗାଁର ସବରା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାବୁଡରେ ପଡିଯାଇଥିଲେ । ଫଳରେ ହାତୀଟି ତାଙ୍କୁ କଚାଡି ଦେଇଥିଲା । ପାଖରେ ଥିବା ଲୋକ ଧାଇଁ ଆସି ପାଟି କରିବାରୁ ହାତୀଟି ଜଙ୍ଗଲ ଭିତରକୁ ପଳାଇଥିଲା ।

ଗୁରୁତର ଅବସ୍ଥାରେ ଦୂଳଣଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

ଡେଙ୍କାନାଳରୁ ଉର୍ମୀଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.