ଢେଙ୍କାନାଳ: ଶୌଚ ସମୟରେ ପାଣି ସୁଅରେ ଭାସିଗଲେ ବୃଦ୍ଧା । ସ୍ଥାନୀୟ ଲୋକଙ୍କ ସହାୟତାରେ ଢେଙ୍କାନାଳ ମାର୍ଥାପୁର ରାମିଆଳ ପୋଲ ନିକଟରୁ ଜୀବିତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ,ଢେଙ୍କାନାଳରେ ଓଡଣା ବନ୍ଧ ତଳେ ବୃଦ୍ଧା ଶୌଚ ପାଇଁ ଆସିଥିଲେ । ଏହି ସମୟରେ ପାଣିର ସୁଅରେ ବୃଦ୍ଧା ବାଲି ତରେଇ ପାଖିାପାଖି ୫ କିଲୋମିଟର ଯାଏଁ ଭାସି ଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାର୍ଥାପୁର ରାମିଆଳ ପୋଲ ନିକଟରୁ ଜୀବିତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଯମୁନାକୋଟ ସରପଞ୍ଚ ଖୁଲଣା ରାଉତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ମାର୍ଥାପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ତାଙ୍କର ଚିକିତ୍ସା କରାଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ