ETV Bharat / state

ସଧବା ପତ୍ନୀଙ୍କୁ ବିଧବା ସଜାଇଲା ପରିବାର, ନ୍ୟାୟ ପାଇଁ ଥାନାରେ ବୃଦ୍ଧା - ଢେଙ୍କାନାଳ ଖବର

ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ବୃଦ୍ଧା । ମଥାରୁ ସିନ୍ଦୁର, ହାତରୁ ଶଙ୍ଖା ଭାଙ୍ଗି ବିଧବା ସଜାଇ ଘରୁ ତଡିଦେଲେ ସ୍ବାମୀ, ଦୁଇ ପୁଅ ଓ ଦୁଇ ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ।

ସଧବା ସ୍ତ୍ରୀକୁ ବିଧବା ସଜାଇଲେ ସ୍ବାମୀ ସହ ପୁଅ ବୋହୁ,  ନ୍ୟାୟ ପାଇ ଥାନାର ଦ୍ବାରସ୍ଥ

author img

By

Published : Nov 25, 2022, 11:52 AM IST

ଢେଙ୍କାନାଳ: ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ବୃଦ୍ଧା । ମଥାରୁ ସିନ୍ଦୁର, ହାତରୁ ଶଙ୍ଖା ଭାଙ୍ଗି ବିଧବା ସଜାଇ ଘରୁ ତଡିଦେଲେ ସ୍ବାମୀ, ଦୁଇ ପୁଅ ଓ ଦୁଇ ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ।

ଏହି କୁନିଦା ଗ୍ରାମରେ ରୁହନ୍ତି ପୁରୁଷୋତ୍ତମ ସାହୁ(୭୦) । ପୁରୁଷୋତ୍ତମଙ୍କ ସହ ତାଙ୍କ ପରିବାର ବି ରହୁଥିଲେ । ପରିବାରରେ ସ୍ତ୍ରୀ ଗୋଲାପ ସାହୁ(୬୫) ଓ ଦୁଇ ପୁଅ ବୋହୂଙ୍କୁ ନେଇ ଚାଲିଥିଲା ସଂସାର । କୌଣସି କାରଣ ବଶତଃ ଆଜକୁ ଆଠମାସ ହେଲା ପରିବାରରେ ସ୍ବାମୀ ସ୍ତ୍ରୀ ଓ ପରିବାର ମଧ୍ୟରେ ଝଗଡା ହୋଇଥିଲା ।

ସଧବା ସ୍ତ୍ରୀକୁ ବିଧବା ସଜାଇଲେ ସ୍ବାମୀ ସହ ପୁଅ ବୋହୁ, ନ୍ୟାୟ ପାଇ ଥାନାର ଦ୍ବାରସ୍ଥ

ସେହି ଦିନଠାରୁ ସ୍ବାମୀ ଓ ପୁଅବୋହୁଙ୍କ ଠାରୁ ଅଲଗା ରହୁଥିଲେ ଗୋଲାପ । ପ୍ରତିଦିନ ବୃଦ୍ଧା ଶାଶୁ ଗୋଲାପଙ୍କୁ ବିଭିନ୍ନ ଆଳ ଦେଖାଇ ନିର୍ଯାତନା ଦେଇ ଆସୁଥିଲେ ବୋହୁମାନେ । ଚଳିତ ମାସ ଦୁଇ ତାରିଖରେ ସ୍ବାମୀ, ପୁଅବୋହୁଙ୍କ ନିର୍ଯାତନା ସହିନପାରି ନ୍ୟାୟ ପାଇଁ ଭୁବନ ଥାନାର ଦ୍ବାରସ୍ଥ ହୋଇଥିଲେ ଗୋଲାପ ।

ଭୁବନ ଥାନା ପକ୍ଷରୁ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ଗତ ବୁଧବାର ଘରେ ପୁଣି ଆରମ୍ଭ ହୋଇଥିଲା ଅସନ୍ତୋଷ । ସ୍ବାମୀ, ପୁଅ ଓ ବୋହୁ ସମସ୍ତେ ମିଶି ବୃଦ୍ଧାଙ୍କୁ ମାଡ ମାରି ଲୁଗାପଟା ଚିରି ଦେବା ସହିତ ମଥାରୁ ସିନ୍ଦୁର ପୋଛି ହାତରୁ ଶଙ୍ଖା ଭାଙ୍ଗି ଘରୁ ତଡିଦେଲେ ।

ଏ ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ, ଗ୍ରାମ ସଭାପତି, ଜାତିଆଣ ସଭାପତି ଓ ଗ୍ରାମର ବିଶିଷ୍ଟ ଲୋକଙ୍କୁ ନେଇ ଏକ ଆଲୋଚନା କରାଯାଇଥିଲା । କିନ୍ତୁ ଆଲୋଚନାରେ ସ୍ବାମୀ, ପୁଅବୋହୁ ଯୋଗଦେଇନଥିବା ଗ୍ରାମବାସୀ କହିଛନ୍ତି । ତେବେ ସଧବା ବୃଦ୍ଧା ଆଜି ନ୍ୟାୟ ପାଇଁ ବିଧବା ସାଜି ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଏ ସମ୍ପର୍କରେ ପୀଡ଼ିତା ଗୋଲାପ ସାହୁ କହିଛନ୍ତି, ''ମୁଁ ରୋଷେଇ କରୁଥିଲି । ସେହି ସମୟରେ ମୋତେ ମୋ ବୋହୂ ମାନେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ମୋର ଦୋଷ ଏତିକି ଥିଲା ମୁଁ ମୋ ଝିଅ ସହ ଫୋନରେ କଥା ହେଉଥିଲି । ଏହାକୁ ନେଇ ମୋତେ ମାଡ଼ ମାରିବା ସହ ମୁଁ ରାନ୍ଧିଥିବା ଖାଦ୍ୟ ଫିଙ୍ଗି ଦେଇଥିଲେ। ଏପରିକି ମୋ ମଥାରୁ ସିନ୍ଦୁର ପୋଛିବା ସହ ମୋ ହାତରୁ ଚୁଡ଼ି ଭାଙ୍ଗି ଦେଇଥିଲେ । ପରେ ଘରୁ ଘୋଷାଡ଼ି ଆଣି ମୋତେ ମାଡ଼ ମାରିଥିଲେ । ମୁଁ ଏବେ କୁଆଡ଼େ ଯିବି ବୋଲି ଥାନାରେ କୋହଭରା କଣ୍ଠରେ କହିଥିଲେ। ''

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.