ETV Bharat / state

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା, ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ - elephant attack news

ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃ୍ଦ୍ଧଙ୍କ ଜୀବନ ଯାଇଛି। ବାରମ୍ବାର ହାତୀ ଉପଦ୍ରବ କାରଣରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅଧିକ ପଢନ୍ତୁ

ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ
ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ
author img

By

Published : Jun 23, 2023, 9:01 PM IST

ଢେଙ୍କାନାଳ: ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ମହାଲୁଣ୍ଡା ଗ୍ରାମ ପଞ୍ଚାୟତର ମାଗୁବେରୁଣୀ ଗ୍ରାମର ସାହେବ ରାଉତ ବୋଲି ଜଣାପଡିଛି। ସାହେବ ଆଜି ଭୋର ସମୟରେ ତାଙ୍କ ଘର ପଛକୁ ନିତ୍ୟକର୍ମ ପାଇଁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଏହି ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଖବର ପାଇ ହିନ୍ଦୋଳ ବନକର୍ମଚାରୀମାନେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି। ଏହିପରିଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହାତୀ ଆକ୍ରମଣରେ ମୃତ୍ୟୁ ହେଉଥିବାର ଖବର ଆସୁଛି। ହାତୀ ମଣିଷର ଲଢେ଼ଇ ଦିନକୁ ଦିନ ବଢ଼ି ଚାଲିଛି l କେବେ ହାତୀର ମୃତ୍ୟୁ ହେଉଛି ତ କେତେବେଳେ ମଣିଷ ବଳି ପଡୁଛି l ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲାରେ ଯେମିତି ନିତିଦିନିଆ ଘଟଣା ପାଲଟି ଯାଇଛି l

ତେବେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି l ରାଜ୍ୟର ବିଭିନ୍ନ ସ୍ଥାନରୁ ବାରମ୍ବlର ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିିବାକୁ ମିଳୁଛି l ତେବେ ଢେଙ୍କାନାକ ବନଖଣ୍ଡରେ ମଧ୍ୟ ହାତୀ ଆକ୍ରମଣ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ତେବେ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଜଙ୍ଗଲରୁ ଜନବସତି ଆଡକୁ ହାତୀପଲ ମୁହାଁଇବା ଫଳରେ ଅନେକ ଧନଜୀବନ ହାନି ହେଉଛି। ଫଳରେ ଧନ ଜୀବନ ସୁରକ୍ଷାକୁ ନେଇ ଏକ ପ୍ରକାର ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ହିନ୍ଦୋଳ ରେଞ୍ଜରେ ବାରମ୍ବାର ହାତୀ ଉପଦ୍ରବ ଦେଖିବାକୁ ମିଳୁଥିବାରୁ ଅଞ୍ଚଳବାସୀଙ୍କ ମନରେ ଏକାପ୍ରକାର ଭୟର ବାତାବରଣ ସ୍ତୃଷ୍ଟି ହୋଇଛି l ଏପରିସ୍ଥଳେ ହାତୀ ଘଉଡାଇବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ବନବିଭାଗ ନିକଟରେ ଦାବି କରିଛନ୍ତି ଅଞ୍ଚଳବାସୀ।

ତେବେ ଆକ୍ରମଣ କରିଥିବା ଏହି ଦନ୍ତା ହାତୀଟି ପାଖ ଜଙ୍ଗଲରେ ରହିଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବାରମ୍ବାର ବନବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ କର୍ମଚାରୀମାନେ ବିଳମ୍ବରେ ପହଞ୍ଚୁଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ତେବେ ଘଟଣା ପରେ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ କର୍ମଚାରୀମାନେ ଚେଷ୍ଟା କରିଥିଲେ l ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇଥିଲେ ବନବିଭାଗ କର୍ମଚାରୀ l ହାତୀଟି ପାଖ ଜଙ୍ଗଲରେ ରହିଥିବା ଜଣାପଡିଛି l ତେବେ ପାଖ ଜଙ୍ଗଲରେ ହାତୀଟି ରହିଥିବାରୁ ଲୋକଙ୍କ ମନରେ ଭୟ ରହିଛି l ତୁରନ୍ତ ଏହାର ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.