ETV Bharat / state

Mission Dreams Miss India 2021: ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ, ପିନ୍ଧିଲେ ଦ୍ୱିତୀୟ ରନର୍ସଅପ ମୁକୁଟ

author img

By

Published : Jan 18, 2022, 4:39 PM IST

ସ୍ବପ୍ନର ନଗରୀ ମୁମ୍ବାଇରେ ଚମକ ଦେଖାଇଛନ୍ତି ଓଡ଼ିଆ ଝିଅ । ମିସ ଇଣ୍ଡିଆ ପରି ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଓ ରନର୍ସ-ଅପର ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ଢେଙ୍କାନାଳ ମାଟିର ଝିଅ ଜଗତଜିତା ଦାସ । ଅଧିକ ପଢନ୍ତୁ

ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ, ପିନ୍ଧିଲେ ମିସ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ ମୁକୁଟ

ଢେଙ୍କାନାଳ: ସ୍ବପ୍ନର ନଗରୀ ମୁମ୍ବାଇରେ ଚମକ ଦେଖାଇଛନ୍ତି ଓଡ଼ିଆ ଝିଅ । ମିସ ଇଣ୍ଡିଆ ପରି ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଓ ରନର୍ସ-ଅପର ମକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ଢେଙ୍କାନାଳ ମାଟିର ଝିଅ ଜଗତଜିତା ଦାସ । ଏପରି ସଫଳତା ହାସଲ କରି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଟାଇଟଲ ଜିତିବା ପରେ ଜଗତଜିତାଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ମୁମ୍ବାଇରେ ନିଜ କଳା ଚାତୁରୀର ଚମକ ଦେଖାଇ ଝଲସାଇ ଦେଇଛନ୍ତି ମିସ ଇଣ୍ଡିଆ ପରି ସର୍ବଭାରତୀୟ ପ୍ରତିଯୋଗିତାର ପେଣ୍ଡାଲ । ମିଶନ ଡ୍ରିମ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ପ୍ରତିଯୋଗିତା ମିସ ଇଣ୍ଡିଆରେ ଜଣେ ନିଆରା ପ୍ରତିଯୋଗୀ ଭାବେ ଆକର୍ଷଣର କେନ୍ଦ୍ର ସାଜିଥିଲେ ଜଗତଜିତା । ଏହି ପ୍ରତିଯୋଗିତାର ରାମ୍ପରେ କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ କୋଳରେ ଧରି ଖାଣ୍ଟି ଓଡ଼ିଆଣୀ ଭାବେ ଶାଢ଼ୀ ପରିଧାନ କରିଥିଲେ ।

ତାଙ୍କର ଏହି ନିଆରା ବେଶଭୂଷାର ଠାଣି ଉପସ୍ଥିତ ଦର୍ଶକଙ୍କ ଠାରୁ ବିଚାରକମଣ୍ଡଳୀ ଓ ଆୟୋଜକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରିଥିଲା ଆନମନା । ଆଉ ନିଜର ଏହି ନିଆରା ପ୍ରତିଭା ପାଇଁ ଚଳିତ ଥର ମିସ ଇଣ୍ଡିଆ ପ୍ରତିଯୋଗିତାର ଦ୍ବିତୀୟ ରନର୍ସ-ଅପ ମୁକୁଟ ହାସଲ କରିବାରେ ସକ୍ଷମ ହୋଇଥିବା ପ୍ରକାଶ କରିଛନ୍ତି ଓଡ଼ିଆ ଝିଅ ଜଗତଜିତା ଦାସ । ସେ ପେଶାରେ ଜଣେ ସଫ୍ଟୱେର ଇଂଜିନିୟର । ମାତ୍ର ନିଶା ତାଙ୍କର ଫେସନ ଡିଜାଇନ ଓ ଫେସନ ଶୋ'।

ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ପାଣିଙ୍କ ଏକମାତ୍ର ସୁକନ୍ୟା ଏହି ଜଗତଜିତା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ବେଳୁ ନିଜର ପ୍ରତିଭାର ପରିଚୟ ଦେଇ ଆସିଛନ୍ତି ଜଗତଜିତା । ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ନିଜ ପ୍ରତିଭା ଦେଖାଇଛନ୍ତି ସେ। । ଆଉ ନିଜର ଉତ୍କଣ୍ଠା ଓ ପରିବାରର ପ୍ରୋତ୍ସାହନ ତାଙ୍କୁ ଓଡିଶା ମାଟିରୁ ମୁମ୍ବାଇ ଠାରେ ମିଶନ ଡ୍ରିମ ପକ୍ଷରୁ ଅନୁଷ୍ଠିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ ହେବାର ସୁଯୋଗ ସୃଷ୍ଟି କରିପାରିଛି ।

ଯାହାକୁ ନେଇ ବେଶ ଗର୍ବିତ ତାଙ୍କ ପରିବାର। ତେବେ ଓଡି଼ଶା ଫେରିବା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ମହଲରୁ ସୁଅ ଛୁଟିଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଜଗତଜିତାଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି । ଏହି ଅବସରରେ ସମାଜର ସବୁ ବର୍ଗର ଲୋକଙ୍କ ସେବା କରିବା ପାଇଁ ଜଗତଜିତାଙ୍କ ଇଚ୍ଛାକୁ ସମ୍ନାନ ଜଣାଇ ଜିଲ୍ଲା ପ୍ରଶାସନ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.