ETV Bharat / state

ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା, ମା'ଙ୍କ ଦର୍ଶନ କଲେ ରାଜ୍ୟପାଳ - ଧାରା ଧାମରେ ବିରାଜିତ ଧନଧାତ୍ରୀ

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା । ଏହି ଅବସରରେ ରାଜ୍ୟପାଳ ଗଣେଶି ଲାଲ୍‌ ମଣ୍ଡପରେ ମା'ଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

gaja laxmi puja celebrated in dhenkanal
ଜମୁଛି ପୂଜା ବଜାର, ମା'ଙ୍କ ଦର୍ଶନ କଲେ ରାଜ୍ୟପାଳ
author img

By

Published : Oct 11, 2022, 10:56 AM IST

ଢେଙ୍କାନାଳ: ଧରା ଧାମରେ ବିରାଜିତ ଧନଧାତ୍ରୀ । କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ମା'ଙ୍କ ପୂଜା ଅବସରରେ ସହରର ପ୍ରତିଟି ପୂଜା ମଣ୍ଡପ ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ବର୍ଷ ୧୧ ଦିନ ଧରି ଏହି ପୂଜା ଉତ୍ସବ ପାଳିବେ ଢେଙ୍କାନାଳବାସୀ । ୩୮ଗୋଟି ପୂଜା ମଣ୍ଡପରେ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି ।

ଜମୁଛି ପୂଜା ବଜାର

ଦୀର୍ଘ ଦୁଇ ବର୍ଷ ପରେ ଢେଙ୍କନାଳରେ ବେଶ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି । ଏହି ଅବସରରେ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ପୁରା ସହର । ସୁଉଚ୍ଚ ତୋରଣ ପୂଜା ବଜାରକୁ ବେଶ୍‌ ଆକର୍ଷଣୀୟ କରୁଛି । ଅପରପକ୍ଷରେ ବିଭିନ୍ନ ଉଠା ଦୋକାନୀ, ମୀନା ବଜାର ଓ ଫାଷ୍ଟ ଫୁଡ଼ ଆଦି ବ୍ୟବସାୟୀଙ୍କ ପସରା ମେଲିଛି । ସାମାନ୍ୟ ବର୍ଷା ସତ୍ୱେ ଦର୍ଶକଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି । ବେଶ ଆନନ୍ଦ ଉଲ୍ଲାସର ମାହୋଲ ସୃଷ୍ଟି କରିଛି ପୂଜା ବଜାର । ପୂଜା ଦେଖିବାକୁ ଶହଶହ ଭକ୍ତଙ୍କ ସମାଗମ ହେଉଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଢେଙ୍କାନାଳ ସହରରେ ୩୮ଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପ ଗୁଡିକରେ ସାଜସଜ୍ଜାକୁ ମଧ୍ୟ ବେଶ ଗୁରୁତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଚଳଚଞ୍ଚଳ ଖୋର୍ଦ୍ଧା, ସହରରେ ୩୧ଟି ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ

ଐତିହାସିକ ଗଜଲଷ୍ମୀ ପୂଜାରେ ଢେଙ୍କାନାଳ ସହରକୁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୂଜା ବଜାରରେ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ଓ୍ବାନ ଓ୍ବେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏଁ ସହର ମଧ୍ୟରେ ବସ୍‌ ଓ ଚାରିଚକିଆ ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଅପରପକ୍ଷରେ ପୂଜା ବଜାରରେ ୧୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମା' ଲକ୍ଷ୍ମୀଙ୍କୁ ମଣ୍ଡପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶେଷ କରି ସନ୍ଧ୍ୟା ସମୟରେ ଭକ୍ତଙ୍କ ବହୁଳ ସମାଗମ ହେଉଛି ।

ସହରର ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, କାରିଗର ସାହି, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର ଆଦି ପୂଜା ମଣ୍ଡପରେ ପୂଜାର ମାହୋଲ ଓ ସାଜସଜ୍ଜା ସମସ୍ତଙ୍କ ମନମୋହୁଛି । ସେପଟେ ଲଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ଓ ନଟରାଜ କୁମାର ଉତ୍ସବ ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶି ଲାଲ୍‌ ଯୋଗଦେବା ସହ ମା' ଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.