ETV Bharat / state

ସଶସ୍ତ୍ର ବ୍ୟାଙ୍କ ଡକାୟତି ଘଟଣା, ତଦନ୍ତ କଲେ ଉତ୍ତରାଞ୍ଚଳ DIG - ଢେଙ୍କାନାଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ

ଢେଙ୍କାନାଳ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଟଙ୍କା ସହ ସୁନା ଗହଣା ଲୁଟ ଘଟଣା । ଶନିବାର ବ୍ୟାଙ୍କ ଯାଇ ତଦନ୍ତ କଲେ ଉତ୍ତରାଞ୍ଚଳ ଡିଆଇଜି । ଅଧିକ ପଢନ୍ତୁ

gramya bank dhenkanal
gramya bank dhenkanal
author img

By

Published : Feb 5, 2023, 11:15 AM IST

gramya bank dhenkanal

ଢେଙ୍କାନାଳ: ଗ୍ରାମ୍ୟ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ କରିବା ଘଟଣା । ତଦନ୍ତ କଲେ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ । ଡିଆଇଜି ଶନିବାର ଆସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଶୁକ୍ରବାର ଦିନ ଦ୍ବିପହରରେ ବଡ଼ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଘଟଣା ପରେ ଶନିବାର ଡିଆଜି ବ୍ୟାଙ୍କକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । DIG ବ୍ରିଜେଶ କୁମାର ରାଏ ଓ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପହଞ୍ଚିବା ସହ ବ୍ୟାଙ୍କ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାଙ୍କ କର୍ମଚାରୀଙ୍କ ସହ ଆଲୋଚନା କରି ତଦନ୍ତ କରିଛନ୍ତି । ପୋଲିସ ତରଫରୁ ଏକ ସ୍ବତନ୍ତ୍ର ଟିମ କରାଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି । ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧାନ କରି ତଦନ୍ତ କରାଯାଉଥିବା କହିଛନ୍ତି DIG ।

ଏହା ମଧ୍ୟ ପଢନ୍ତୁ: Jamia Violence Case: ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ ଓ ଆସିଫ୍ ଇକବାଲ ଦୋଷମୁକ୍ତ

ସୂଚନା ଅନୁସାରେ, ମହାବିରୋଡ଼ ଥାନା ଅନ୍ତର୍ଗତ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଶୁକ୍ରବାର ସ୍ପଷ୍ଟ ଦିବଲୋକରେ ଲୁଟେରା କରିଥିଲେ ଲୁଟ ପାଟ । ବ୍ୟାଙ୍କକୁ ଯାଇଥିବା ଗ୍ରାହକ ତଥା ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ ୫ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବ୍ୟାଙ୍କରେ ପଶିଥିଲେ । ପରେ ବ୍ୟାଙ୍କ ଭିତରରେ ଥିଭା ସିସିଟିଭିକୁ ଗୁଳି ମାଡ଼ କରି ଭାଙ୍ଗି ଦେବା ସହ କର୍ମଚାରୀ ଓ ଗ୍ରାହକଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରାଇଥିଲେ । ପରେ ବ୍ୟାଙ୍କ ଭିତରୁ ଏକ ଟଙ୍କା ବାକ୍ସ ଓ ସୁନା ଗହଣା ବାକ୍ସକୁ ଲୁଟି ନେଇ ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଗ୍ରାମ୍ୟ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ, ସୁନା ଓ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା

ଲୁଟେରା ମାନେ ମୁଖା ପିନ୍ଧିଥିବା ସହ ୧୫ମିନିଟ ଧରି ବ୍ୟାଙ୍କରେ ଲୁଟ ପାଟ କରିଥିଲେ । ଏନେଇ ଖବର ପାଇ ମହାବିରୋଡ଼ ଥାନା ପୋଲିସ ପହଞ୍ଚି ବ୍ୟାଙ୍କରେ ଯାଞ୍ଚ ଆରମ୍ଭ କରିଛି । ତେବେ ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ୪ଶହ ଗ୍ରାମର ସୁନା ଗହଣା ଲୁଟେରା ମାନେ ଲୁଟିନେଇଥିବା ସୂଚନା ମିଳିଛି । ପୋଲିସ ଏହି ଲୁଟ ପାଟ ଘଟଣାରେ ଛାନ ଭିନ କରୁଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.