ଢେଙ୍କାନାଳ : ନବମ ଶ୍ରେଣୀ ଝିଅକୁ ଅପହରଣ । ଏଭଳି ଅଭିଯୋଗ କରିଛନ୍ତି ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅକୁ ଦୁଇ ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ମାସ ୨୯ ତାରିଖ ସନ୍ଧ୍ୟା ସମୟରେ ଝିଅଟି ଶୌଚ ହେବା ପାଇଁ ଯିବା ସମୟରେ ଦୁଇ ଜଣ ଯୁବକ ଜୋର ଜବରଦସ୍ତ ଉଠାଇନେଇ ଥିଲେ । ଏନେଇ ବାପା ମାଆ ଏବଂ ମହୁଲପାଳର ସରପଞ୍ଚ ଭୁବନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜକୁ ଛଅ ଦିନ ବିତି ଯାଇଥିଲେ ମଧ୍ୟ ଭୁବନ ପୋଲିସ ଏପର୍ଯ୍ୟନ୍ତ ଦୋଷୀ କୁ ଧରିବା ତ ଦୁରକଥା କୌଣସି ପ୍ରକାର ତଦନ୍ତ ମଧ୍ୟ କରୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଦୀର୍ଘ ଛଅଦିନ ବିତିଯିବା ପରେ ଆଜି ପୁନର୍ବାର ପରିବାର ଲୋକ ଭୁବନ ଥାନାକୁ ଆସି ନିଜ ଝିଅ ବିଷୟରେ ତଥ୍ୟ ଜାଣିବାକୁ ଚାହିଁଥିଲେ । ଭୁବନ ପୋଲିସ ଅଭିଯୋଗକାରୀକୁ ଦୁର୍ବ୍ୟବହାର କରିବା ସହିତ ତମେ କଣ ଏକୁଟିଆ ଏଭଳି ଅଭିଯୋଗ କରୁଛ । ଏମିତି କେତେ କେସ ବର୍ଷ ବର୍ଷ ପଡ଼ି ରହିଛି । ଏଥିଯୋଗୁଁ ଅପହୃତା ଝିଅର ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ପୋଲିସ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ତାଙ୍କୁ ହିଁ ଧମକ ଚମକ୍ ଦେବେ ତ ସାଧାରଣ ଲୋକ ଅଭିଯୋଗ ନେଇ କାହା ପାଖରେ ଗୁହାରୀ କରିବେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ ।
ଇଟିଭି ଭାରତ, ଢେଙ୍କାନାଳ