ETV Bharat / state

ହାଇଦ୍ରାବାଦରେ ଯୁବକଙ୍କ ମୃତ୍ୟୁ, ଢେଙ୍କାନାଳରେ ମୃତଦେହ ରଖି ଏନଏଚ 53 ଅବରୋଧ - youth dead

ହାଇଦ୍ରାବାଦର ଏକ ଚା' ଦୋକାନରେ କାମ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହେବାକୁ ନେଇ ଗ୍ରାମବାସୀ ଓ ପରିବାର ଲୋକେ ରାସ୍ତା ଅବରୋଧ କରିବା ସହ କ୍ଷତି ପୂରଣ ରାଶି ପାଇଁ ଦାବି କରିଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

ଯୁବକ ମୃତ୍ୟୁକୁ ନେଇ ଏନଏଚ 53 ଅବରୋଧ
ଯୁବକ ମୃତ୍ୟୁକୁ ନେଇ ଏନଏଚ 53 ଅବରୋଧ
author img

By

Published : Sep 20, 2020, 6:49 PM IST

ଢେଙ୍କାନାଳ: ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । ମୃତକ ହେଲେ ପରଜଙ୍ଗ ଥାନା ବଡ଼ଝରା ଗ୍ରାମର ବିଶ୍ୱଜିତ ସେଠି । ତେବେ ହତ୍ୟାକାରୀକୁ ଗିରଫ ଓ କ୍ଷତିପୂରଣ ଦାବିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଡଝରା ଠାରେ NH-53କୁ ଅବରୋଧ କରିଛନ୍ତି ଗ୍ରାମବାସୀ।

ଯୁବକ ମୃତ୍ୟୁକୁ ନେଇ ଏନଏଚ 53 ଅବରୋଧ

ସେ ହାଇଦ୍ରାବାଦର ଏକ ଚା' ଦୋକାନରେ ରହି କାମ କରୁଥିଲେ । ଗତ ୧୭ ତାରିଖରେ ତାଙ୍କର ହାଇଦ୍ରାବାଦରେ ମୃତ୍ୟୁ ହୋଇଥିଲା । ଶନିବାର ରାତିରେ ବିଶ୍ୱଜିତଙ୍କ ମୃତଦେହ ଆସି ଗ୍ରାମରେ ପହଞ୍ଚିଥିଲା। ତେବେ ତାଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ମୁତାବକ ସେହି ଗ୍ରାମର ବେଣୁଧର ସାହୁ ହାଇଦ୍ରାବାଦରେ ଏକ ଚା' ଦୋକାନ କରିଥିଲେ। ସେ ଦୋକାନରେ କାମ କରିବା ପାଇଁ ଗ୍ରାମର ବିଶ୍ବଜିତକୁ ହାଇଦ୍ରାବାଦ ନେଇଥିଲେ। ଏବଂ ସେଠାରେ ରହି କାମ କରୁଥିଲେ। କିନ୍ତୁ ବିଶ୍ବଜିତର ହଠାତ କିପରି ମୃତ୍ୟୁ ହେଲା ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାକୁ ତଦନ୍ତ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି ।

ଏହା ବ୍ୟତୀତ ହତ୍ୟାକାରୀକୁ ଗିରଫ ଓ ମୃତକ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ପରିବାର ପକ୍ଷରୁ NH- 53 ବଡଝରା ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ, ପରଜଙ୍ଗ ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.