ETV Bharat / state

ଢେଙ୍କାନାଳରେ ଜୋର ଧରିବ ଚାଷୀ ଆନ୍ଦୋଳନ - Naba nirman farmer association metting

ଢେଙ୍କାନାଳରେ ଚାଷୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର କାର୍ଯ୍ୟକାରିଣୀ ବୈଠକ । ଚାଷୀମାନଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଲା କୃଷକ ନେତା । ଅଧିକ ପଢନ୍ତୁ...

Naba nirman farmer association's excutive metting held in dhenkanal
ଢେଙ୍କାନାଳରେ ଜୋର ଧରିବ ଚାଷୀ ଆନ୍ଦୋଳନ
author img

By

Published : Jan 5, 2021, 7:57 PM IST

ଢେଙ୍କାନାଳ: ଚାଷୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର କାର୍ଯ୍ୟକାରିଣୀ ବୈଠକ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର, ଧାନ ମଣ୍ଡି ଅବ୍ୟବସ୍ଥା, ଶୀତଳ ଭଣ୍ଡାର ଓ ହାତୀ ଉପଦ୍ରବ ନେଇ ଢେଙ୍କାନାଳ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ର କରିବାକୁ ସହରର ଜାଉଁଳି ପୋଖରୀ ମଠ ପରିସରରେ ଆୟୋଜିତ ବୈଠକରେ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏହି ବୈଠକରେ କୃଷକ ନେତାମାନେ ଚାଷୀମାନଙ୍କୁ ଏକଜୁଟ ହେବା ପାଇଁ ଆହ୍ବାନ ଦେଇଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ଖୁବ ଭୟଙ୍କର ହେବା ନେଇ କୃଷକ ନେତା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରେ ଜୋର ଧରିବ ଚାଷୀ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି । ଅପରପକ୍ଷେ ଧାନ ମଣ୍ଡିରେ କଟନୀ ଛଟନୀ କରି ଚାଷୀମାନଙ୍କୁ ଶୋଷଣ, ହାତୀ ଉପଦ୍ରବରୁ ଚାଷୀଙ୍କ ଫସଲ ସୁରକ୍ଷା ଓ ଜିଲ୍ଲାରେ ଶୀତଳ ଭଣ୍ଡାର କାର୍ଯ୍ୟକାରୀ କରିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.